ବାଙ୍କୀ ମହୋତ୍ସବ-୨୦୨୨ ଉଦଯାପିତ

ବାଙ୍କୀ: ବାଙ୍କୀ ମହୋତ୍ସବ-୨୦୨୨ ଉଦଯାପିତ ହୋଇଯାଇଛି। ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ସଭାରେ ବାଙ୍କୀର ସାଂସ୍କୃତିକ ଅନୁଷ୍ଠାନ ସନ୍ଦିପନି ଗୁରୁକୁଳର କଳାକାରମାନେ ଆବାହନୀ ସଂଗୀତ ଗାନ କରିଥିଲେ। ସାଧାରଣ ସମ୍ପାଦକ ଗଣେଶ୍ୱର ସ୍ୱାଇଁ ମହୋତ୍ସବର ଅନୁଚିନ୍ତା ପ୍ରଦାନ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ମୁଖ୍ୟବକ୍ତା ଗବେଷକ ମୃତ୍ୟୁଞ୍ଜୟ ରଥ, ସମ୍ମାନିତ ଅତିଥି ବିଧାୟକ ସୈଭିକ ବିଶ୍ୱାଳ, ବାଙ୍କୀ ମହୋତ୍ସବର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଦେବୀରଂଜନ ତ୍ରିପାଠୀ, ଉପସଭାପତି ଅନୁପ ବଥଓାଲ୍ ଓ ଅନ୍ୟତମ ଉପସଭାପତି ଭାଗିରଥୀ ବିଶ୍ୱାଳ ଯୋଗଦେଇଥିଲେ। ମହୋତ୍ସବ କମିଟି ସମ୍ପାଦକ ଭରତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଶ୍ରୀନିବାସ ବେହେରା ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମହାଦେବ ପୂଜା କମିଟି,ମା ଚର୍ଚ୍ଚିକା ପୂଜା କମିଟି, ଠାକୁରାଣୀ ପୂଜା କମିଟି, ମେନରୋଡ ପୂଜା କମିଟି, ଆଦିମାତା ପୂଜା କମିଟି, ମହାଲକ୍ଷ୍ମୀ ପୂଜା କମିଟି ପୁରସ୍କୃତ କରାଯାଇଥିଲା। ସେହିପରି ବଣିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀନିବାସ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ବିବିଧ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି। କୋଭିଡ୍ ଯୋଦ୍ଧା ଭାବଗରେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳାଇଙ୍କୁ ମହୋତ୍ସବ ମଣ୍ଡପରେ ସମ୍ବର୍ଦ୍ଧିତ କରାଯାଇଛି।

Comments are closed.