www.samajalive.in
Saturday, December 6, 2025
23.1 C
Bhubaneswar

ଡମପଡା ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ ସମେତ ୫ ହାଇସ୍କୁଲକୁ ସରକାରୀ ଜମିପଟ୍ଟା ବଣ୍ଟନ

ବାଙ୍କୀ : ଡମପଡା ତହସିଲ ପକ୍ଷରୁ ୬ଟି ଶିକ୍ଷାନୁଷ୍ଠାନକୁ ସରକାରୀ ସ୍ଥାୟୀ ଜମିପଟ୍ଟା ମଙ୍ଗଳବାର ଦିନ ତହସିଲ କାର୍ଯ୍ୟାଳୟ ଠାରେ ବଣ୍ଟନ କରାଯାଇଛି। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ଡମପଡା ତହସିଲଦାର କ୍ଷୀତିସ କୁମାର ବେହେରା,ଡମପଡା ମଣ୍ଡଳ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା ଏବଂ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଦାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ପଟ୍ଟାକୁ ୬ଶିକ୍ଷାନୁଷ୍ଠାନର ଅଧିକାରୀ ମାନଙ୍କୁ ବଣ୍ଟନ କରିଛନ୍ତି। ସୂଚନା ଅନୁଯାୟୀ ଡମପଡା ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାମଲ ତହସିଲଦାର ପ୍ରଦାନ କରୁଥିବା ୫ଏକରର ଜମି ପଟ୍ଟାକୁ ମୁଖ୍ୟ ଅତିଥି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଠାରୁ ଗ୍ରହଣ କରିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ ତାଳବସ୍ତ ନୋଡାଲ ହାଇସ୍କୁଲକୁ ୨ଏକର ୨୬ଡେସିମିଲ,ଇନ୍ଦିରା ପ୍ରିୟଦର୍ଶିନୀ ହରିଜନ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସାମନ୍ତରାପୁରକୁ ୯୩ଡେସିମିଲ,ଦୁଲଣାପୁର ହାଇସ୍କୁଲକୁ ୫ଏକର,କୁଶୁନ୍ଦା ହାଇସ୍କୁଲକୁ ୫ଏକର ଏବଂ ବିଲିପଡା ସ୍ଥିତ ଭାଗବତ ଗୋଦ୍ୱାମୀ ବିଦ୍ୟାପୀଠକୁ ୧ଏକର ୨୯ଡେସିମିଲ ପରିମିତ ଜମି ପଟ୍ଟା ବଣ୍ଟନ କରାଯାଇଛି। ଦୀର୍ଘଦିନ ଧରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଜମି ପଟ୍ଟା ପାଇଁ ଅନୁରୋଧ କରାଯାଇଥିଲା।

ଡମପଡା ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାମଲ ମହାବିଦ୍ୟାଳୟ ନାମରେ ସ୍ଥାୟୀପଟ୍ଟା ଗ୍ରହଣ କରି ତହସିଲଦାର କ୍ଷିତିସ କୁମାର ବେହେରାଙ୍କୁ ମହାବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅନୁରୂପ ଧନ୍ୟବାଦ ଜଣାଇଛନ୍ତି। ସେହିପରି ପଟ୍ଟା ଗ୍ରହଣ ସମୟରେ ଅନ୍ୟ ୫ଶିକ୍ଷାନୁଷ୍ଠାନର ଅଧିକାରୀ ମାନେ ସ୍ଥାୟୀ ପଟ୍ଟା ଗ୍ରହଣ କରି ତହସିଲଦାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories