ବାଙ୍କୀ : ବାଙ୍କୀ ବ୍ଲକର ବୈଦେଶ୍ୱର ଅନ୍ତର୍ଗତ ସର୍ବପୂରାତନ ବ୍ରାହ୍ମଣ ଶାସନ ବ୍ରଜବିହାରପୁରରେ ବନ୍ଧୁ ମିଳନ ତଥା ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ବ୍ରଜବନ୍ଧୁ ଷଡଙ୍ଗୀଙ୍କ ସଭାପତିତ୍ୱରେ ସଞ୍ଚାଳିତ ସମ୍ବର୍ଦ୍ଧନା ଉତ୍ସବରେ ଶାସନର ୨୦୦ବ୍ରାହ୍ମଣ ଯୋଗ ଦେଇଥିଲେ। ଉପସ୍ଥିତ ବରିଷ୍ଠ ପଣ୍ଡିତ ମାନେ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଆତ୍ମୀୟ ବକ୍ତବ୍ୟ ରଖିଥିଲେ। ସଭାରେ ସୁରଞ୍ଜନ ପଣ୍ଡା,ରଶ୍ମିତା ସାହୁ,ଜିତେନ ମୋହନ ତ୍ରିପାଠୀ,ପଣ୍ଡିତ ବିଶ୍ୱନାଥ ଦାଶ,ପଣ୍ଡିତ ବ୍ରଜବନ୍ଧୁ ଷଡଙ୍ଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ସଞ୍ଜୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରଜବିହାରୀପୁର ଶାସନର ଗୋପୀନାଥ ତ୍ରିପାଠୀ,ଗୋଲଖ ବିହାରୀ ତ୍ରିପାଠୀ,ରଘୁନାଥ ଷଡଙ୍ଗୀ,ପ୍ରଫୁଲ୍ଲ କୁମାର ଷଡଙ୍ଗୀ,ପ୍ରମୋଦ କୁମାର ଶତପଥି,କାଶୀନାଥ ଷଡଙ୍ଗୀ,ଧନେଶ୍ୱର ଷଡଙ୍ଗୀ,ଗୁରୁପ୍ରସାଦ ଷଡଙ୍ଗୀ,ସୁବାଶ କୁମାର ତ୍ରିପାଠୀ,କୀର୍ତ୍ତିମୟ ତ୍ରିପାଠୀ,ସମରେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ରଖିଥିଲେ। ସୁଶାନ୍ତ କୁମାର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲା ବେଳେ ଜୟକୃଷ୍ଣ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



