www.samajalive.in
Saturday, December 6, 2025
14.1 C
Bhubaneswar

୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ; ୪ ପାକିସ୍ତାନୀ ଚ୍ୟାନେଲ ସାମିଲ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ଏକ ବଡ଼ ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ପାକିସ୍ତାନର ୪ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ମଧ୍ୟ ରହିଛି। ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଆଧାରରେ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ୨୨ଟି ୟୁଟ୍ୟୁବ ଚ୍ୟାନେଲ ସହ ୪ଟି ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଏକ ନ୍ୟୁଜ୍‌ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛି। ମନ୍ତ୍ରଣାଳୟର କହିବାନୁଯାୟୀ, ଏହି ଆକାଉଣ୍ଟ ଏବଂ ଚ୍ୟାନେଲଗୁଡିକ ସମ୍ବେଦନଶୀଳ ତଥା ଭାରତର ସୁରକ୍ଷା, ବୈଦେଶିକ ନୀତି, ଜନାଦେଶ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମରେ ଭୁଲ୍‌ ସୂଚନା ଦେଉଥିଲେ। ଆଇଟି ନିୟମ ୨୦୨୧ ଆଧାରରେ ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ପ୍ରଥମ ଥର ପାଇଁ ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରୀ ମାସରେ ସରକାର ଆଇଟି ନିୟମ ୨୦୨୧ର ବିଜ୍ଞପ୍ତି ଜାରି କରିଥିଲେ। ସଦ୍ୟତମ ନିଷେଧାଜ୍ଞା ଅନୁଯାୟୀ, ୧୮ଟି ଭାରତୀୟ ଏବଂ ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories