www.samajalive.in
Saturday, December 6, 2025
23.1 C
Bhubaneswar

୫ମ ବାର୍ଷିକ ମା ମଙ୍ଗଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ପଥୁରୀପଡା ଠାରେ ମହାବେରେଣା ବିଦ୍ୟାପୀଠ କ୍ରୀଡା ପ୍ରାଙ୍ଗଣରେ ସଞ୍ଚାଳିତ ମା ମଙ୍ଗଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୨ଦିବସର ଖେଳ ମଇଯୋରୀ କ୍ରିକେଟ ଟିମ୍ ଏବଂ ତୁଳସୀପୁର କ୍ରିକେଟ୍ କ୍ଲବ ମଧ୍ୟରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ମଇଯୋରୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ଖେଳରେ ୯ ୱିକେଟ ହରାଇ ୧୫୮ରନ ସଂଗ୍ରହ କରିଥିଲା। ଜବାବରେ ତୁଳସୀପୁର ୧୬ଓଭର ଖେଳି ୩ ୱିକେଟ ହରାଇ ବିଜୟୀ ହୋଇଛି। ଦଳ ପକ୍ଷରୁ ଚିଣ୍ଟୁ ୫୩ରନ ସଂଗ୍ରହ କରି ମ୍ୟାନ ଅଫ୍ଦିମ୍ୟାଚ୍ ବିବେଚିତ ହୋଇଛି। ଦ୍ୱୀତୀୟ ଦିନର ଖେଳରେ ମୁଖ୍ୟ ଅତିଥି ଭାବରେ କଳ୍ପତରୁ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଅଜୟ ପଣ୍ଡା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଅନୁଯାୟୀ ସୋମବାର ଦିନ ଉଦ୍ଦ୍ଘାଟିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଗଙ୍ଗାଧର ଓଝା ଯୋଗଦେଇ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ମା ମଙ୍ଗଳା ଯୁବ ପରିଷଦର ସଦସ୍ୟଙ୍କ ଆହ୍ୱାନକୁ ପ୍ରଶଂସା କରିଥିଲେ। ସଭାପତି ମଧୁସୂଦନ ମହାପାତ୍ରଙ୍କ ସଞ୍ଚାଳନରେ ଅନୁଷ୍ଠିତ ଉଦ୍ଦ୍ଘାଟନୀ ଖେଳରେ ସମ୍ମାନିତ ଅତିଥି ଭାବରେ ବିଜୟ କୁମାର ମହାନ୍ତି,ରାଧାମୋହନ ସାହୁ ଯୋଗଦେଇଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ନକୁଳ ମିଶ୍ର ଓ ସଦସ୍ୟ ମାନେ ସକ୍ରୀୟ ସହଯୋଗ କରିଥିଲେ। ଉଦ୍ଦ୍ଘାଟନୀ ଟୁର୍ଣ୍ଣାମେଣ୍ଟ ବାଙ୍କୀ ଇଲେଭେନଷ୍ଟାର ଏବଂ କୁଶୁପଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ବିତ ନାୟକ,ଗୋପୀନାଥ ଦାସ ଏବଂ ଟୁକୁନା ନାଏକ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories