www.samajalive.in
Saturday, December 6, 2025
23.1 C
Bhubaneswar

କୁଶପଙ୍ଗି ଗ୍ରାମରେ ବିଧାୟକଙ୍କ ମାରାଥନ ପ୍ରଚାର

ବାଙ୍କୀ : ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମପଞ୍ଚାୟତରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ମାନଙ୍କ ପ୍ରଚାର କାର୍ଯ୍ୟ ଜୋର ଧରିଛି। ବିଭିନ୍ନ ଦଳ ତଥା ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ସରପଞ୍ଚ ନରେଶ କୁମାର ବେଉରା ଏବଂ ସମିତିସଭ୍ୟ ପ୍ରାର୍ଥିନୀ ଗୀତାଞ୍ଜଳି ବେଉରା  ବିଜୟଲାଭ ପାଇଁ କୁଶପଙ୍ଗିରେ ମାରାଥନ ପ୍ରଚାର ଆରମ୍ଭ ହୋଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କୁଶପଙ୍ଗି ଗ୍ରାମରେ ଏହି ପ୍ରଚାରରେ ସାମିଲ ହୋଇ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ନିମନ୍ତେ ପଞ୍ଚାୟତର ବିକାଶ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସେହିପରି ଡମପଡା ୩୮ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଆଶିଷ କୁମାର ସାହୁଙ୍କ ପାଇଁ ପ୍ରଚାରରେ ଭୋଟ୍ ଭିକ୍ଷା କରିଛନ୍ତି। ୩ଜଣ ପ୍ରାର୍ଥୀ ଏହି ପ୍ରଚାର କାର୍ଯ୍ୟରେ ଯୋଡହସ୍ତରେ ଭୋଟର ମାନଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ନିବେଦନ କରିଛନ୍ତି। ଆଗାମୀ ୨୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ କୁଶପଙ୍ଗି ପଞ୍ଚାୟତର ୧୯ଟି ଓାର୍ଡର ୬ଟି ବୁଥରେ   ୩୩୫୨ପୁରୁଷ ଏବଂ ୩୧୩୭ଜଣ ମହିଳା ଭୋଟର ଭୋଟ କେନ୍ଦ୍ରରେ ମୋହର ମାରି ନିର୍ଣ୍ଣାୟକ ପ୍ରାର୍ଥୀ ଚୟନରେ ଭାଗୀଦାରୀ ହେବା ପାଇଁ ପ୍ରଚାର କାର୍ଯ୍ୟରେ ଗୁରୁତ୍ୱ ଦିଆଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories