www.samajalive.in
Saturday, December 6, 2025
17.1 C
Bhubaneswar

ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲ ଗୋଲେଇ ଛକ ଅନ୍ଧାର

ବାଙ୍କୀ: ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଜାତମୁଣ୍ଡିଆ ଗୋଲେଇ ଛକ ଏକ ପ୍ରମୁଖ ସ୍ଥାନ ଭାବରେ ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ରାଜ୍ୟର ବହୁ ଅଂଚଳରେ ଜଣାଶୁଣା ହୋଇପାରିଛି। ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲକୁ ଏହି ସ୍ଥାନ ସଂଯୋଗୀକରଣ ଓ ସୌନ୍ଦର୍ଯ୍ୟକରଣ କରିବାରେ ସହାୟକ ହୋଇଥାଏ। ପ୍ରାୟ ଏକ ବର୍ଷ ହେବ ଏହି ସ୍ଥାନରେ ବହୁ ଅର୍ଥ ବ୍ୟୟବରାଦରେ ଆଇ ଲଭ୍‍ ବାଙ୍କୀ ସ୍ମୃତିଫଳକ ବସାଯାଇ ଯୁବ ପିଢୀମାନଙ୍କ ପାଇଁ ଆକର୍ଷଣୀୟ ସେଲଫି ଜୋନ୍‍ ପାଲଟିଥିଲା। ଏହି ସ୍ଥାନକୁ ଆଲୋକୀକରଣ ବ୍ୟବସ୍ଥା ରହିଥିବାରୁ ସନ୍ଧ୍ୟାରେ ଏହି ରାସ୍ତା ଦେଇ ବିଭିନ୍ନ ଜିଲ୍ଲାକୁ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ ଆନନ୍ଦ ଓ ଆକର୍ଷଣ ଦେଉଥିଲା। ଗୋଲେଇ ଛକରେ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସୁଉଚ୍ଚ ହାଇମାସ୍କ(ଉଚ୍ଚ କ୍ଷମତାପୂର୍ଣ୍ଣ ଆଲୋଜ ଗମ୍ବୁଜ) ବ୍ୟବସ୍ଥା ଥିଲା। ମାତ୍ର ବିଡମ୍ବନାର ବିଷୟ ଦୀର୍ଘ ୨ ମାସ ହେବ ଗମ୍ବୁଜର ଆଲୋକ ବ୍ୟବସ୍ଥା ଏବଂ ଆଇ ଲଭ୍‍ ବାଙ୍କୀ ଫଳକ ନିକଟରେ ଆଲୋକ ବ୍ୟବସ୍ଥା ହଟି ଯାଇଥିବାରୁ ସନ୍ଧ୍ୟାରେ ଅଂଚଳଟି ଅନ୍ଧାରମୟ ହେଉଛି। ପ୍ରଭାବରେ ଅଂଚଳର ସୌନ୍ଦର୍ଯ୍ୟ ବାଧା ହେବା ସହ ରାତ୍ରୀକାଳିନ ଦୂରଯାତ୍ରୀ ବସ୍‍କୁ ଅପେକ୍ଷା କରିବାରେ ବାଧା ଉପୁଜୁଛି। ସେହିପରି ସନ୍ଧ୍ୟାରେ ଅଂଚଳ ଅନ୍ଧାରିଆ ରହିଥିବାରୁ ନିଶା କାରବାର, ଅସାମାଜିକ କାର୍ଯ୍ୟ ସହିତ ବହୁ ସମୟରେ ଜନସାଧାରଣ ଏଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅଂଚଳର ବୁଦ୍ଧିଜୀବିମାନେ ସ୍ଥାନଟିକୁ ଆଲୋକୀକରଣ ବ୍ୟବସ୍ଥା କରାଇବା ପାଇଁ ଗଣମାଧ୍ୟମ ଜରିଆରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories