www.samajalive.in
Saturday, December 6, 2025
16.1 C
Bhubaneswar

ଛତୁ ଚାଷ ପ୍ରଶିକ୍ଷଣ ଶିବିର

ବାଙ୍କୀ: ଗ୍ରାମୀଣ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ବେକାରୀ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଓ ଆର୍ଥିକ ସ୍ୱାବଲମ୍ବନଶୀଳ କରିବା ପାଇଁ ଓଡ଼ିଶା ଜୀବିକା ମିଶନ୍‍, ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଯୋଗ ସୃଷ୍ଟି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଡମପଡା ବ୍ଲକ ଅନ୍ତର୍ଗତ ଢଁସର ଗ୍ରାମରେ ସୋମବାର ଦିନ ୧୦ ଦିନିଆ ଛତୁ ଚାଷ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଓର୍ମାସ, ଓଡିଶା ଜୀବିକା ମିଶନ୍‍ ସହଯୋଗରେ ଏହି ପ୍ରକଳ୍ପର ଉନ୍ନତି ନିମନ୍ତେ ପ୍ରୟାସ କରାଯାଇଛି। କାର୍ଯ୍ୟକ୍ରମରେ ଗ୍ରାମୀଣ ଆତ୍ମନିଯୁକ୍ତି ସଂସ୍ଥାର ନିର୍ଦ୍ଦେଶକ ସୁକାନ୍ତ ଛାଟୋଇ, ପ୍ରଶିକ୍ଷକ ଭାବରେ ଅମିତ୍‍ କୁମାର ମହାନ୍ତି ଯୋଗଦେଇ ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ। କଟକ ଜିଲ୍ଲା ଓର୍ମାସର ମୁଖ୍ୟ ବିପିନି ବିହାରୀ ରାଉତ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଓ ଆର୍ଥିକ ରୋଜଗାର ବଢାଇବା ପାଇଁ ଏହା ଏକ ଆହ୍ୱାନ ବୋଲି ଆଲୋକପାତ କରିଥିଲେ। ଓଡିଶା ଜୀବିକା ମିଶନ୍‍ ଡମପଡା ବ୍ଲକ ପ୍ରକଳ୍ପ ପରିଚାଳକ ଅକ୍ଷୟ କୁମାର ଭଟ୍ଟ, ହରପ୍ରିୟା ସାହୁ, ମିଶନ୍‍ ଶକ୍ତି ବିପିସି, ଜିଲ୍ଲା କୈାଶଳ ସଂଯୋଜିକା ଏମ.ଏସ. ପ୍ରିୟଙ୍କା, ବିଏଲସି ମାଳିନୀ ପ୍ରିୟଦର୍ଶିନୀ ଦେବୀ, ନବନିର୍ବାଚିତ ସରପଞ୍ଚ ପ୍ରତିମା ବେହେରା, ସମିତି ସଭ୍ୟ ପିଙ୍କି ବେହେରା ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ, ଆଶାକର୍ମୀ, ଉତ୍ସାହୀ ଯୁବକଙ୍କ ସମେତ ୩୫ଜଣ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories