www.samajalive.in
Thursday, November 13, 2025
25.1 C
Bhubaneswar

ସ୍ତ୍ରୀ, ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ସମାଜ ଡିଜିଟାଲ ଡେସ୍କ: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ବାଙ୍କୀରେ ଅଭାବନୀୟ ଘଟଣା ଘଟିଛି । କଟକ ଜିଲା ବାଙ୍କୀ ଶିଶୁଆ ଗାଁରେ ଜ୍ୱାଇଁର ଉନ୍ମତକାଣ୍ଡ । ସ୍ତ୍ରୀ ସହ ଶାଶୁ ଓ ଶ୍ୱଶୁରଙ୍କୁ କଟୁରୀରେ ହାଣିଲା ଜ୍ୱାଇଁ । ସ୍ତ୍ରୀକୁ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲା ଜ୍ୱାଇଁ । ଏହି ସମୟରେ ସ୍ତ୍ରୀ ଅରାଜି ହୋଇଥିଲେ ଏବଂ ଶାଶୁ ଓ ଶ୍ୱଶୁର ବିରୋଧ କରିବାରୁ ସମସ୍ତଙ୍କୁ ଆକ୍ରମଣ କରିଥିଲା ଜ୍ୱାଇଁ । ତିନି ଜଣଙ୍କୁ କଟୁରୀରେ ହାଣି ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ସ୍ତ୍ରୀଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

 

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories