www.samajalive.in
Saturday, December 13, 2025
26.1 C
Bhubaneswar

ରେଳଧାରଣା ପାରି ହେଲା ବେଳେ ୪ ମୃତ

ମିର୍ଜାପୁର : ଭୁଲ ପାର୍ଶ୍ୱରେ ରେଳଗାଡ଼ିରୁ ଓହ୍ଲାଇ ଚାଲିଗଲା ୪ ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଚୁନାର ରେଳ ଷ୍ଟେସନ୍‌ରେ ସକାଳ ପ୍ରାୟ ୯:୩୦ ସମୟରେ ଚୋପନ-ପ୍ରୟାଗରାଜ ଏକ୍ସପ୍ରେସ୍‌  ୪ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହି ରେଳଗାଡ଼ିରେ ଆସୁଥିବା କିଛି ଯାତ୍ରୀ ସର୍ଟକର୍ଟ ନେବାକୁ ଫୁଟ୍ ଓଭରବ୍ରିଜ୍‌ରେ ନଯାଇ ପ୍ଳାଟ୍‌ଫର୍ମର ବିପରୀତ ପାର୍ଶ୍ଵରେ ଥିବା ଧାରଣାରେ ଓଲ୍ହାଇଥିଲେ । ସେହି ଧାରଣାରେ ଦ୍ରୁତ ଗତିରେ ଆସୁଥିବା କାଲକା-ହାୱଡ଼ା ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ରେଳ ବିଭାଗ ସୂଚନା ଦେଇଛନ୍ତି ।  ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories