www.samajalive.in
Wednesday, December 10, 2025
17.1 C
Bhubaneswar

ବୋମା ମାଡ ନୁହେଁ ବରଂ ବୋମା ଭିଡିବା ବେଳେ ହୋଇଥିଲା ବିସ୍ଫୋରଣ

ବାଙ୍କୀ: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମର ହରିଜନ ସାହିରେ ଶୁକ୍ରବାର ରାତିରେ ବୋମା ବିସ୍ଫୋରଣରେ କୋଠାଘର ଭୁଶୁଡି ପଡିବା ସହ ୨ ଜଣଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ତାହା ସତ ନୁହେଁ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି । ବୋମା ମାଡ ନୁହେଁ ବରଂ ବୋମା ଭିଡିବା ସମୟରେ ବିସ୍ଫୋରଣ ଘଟିଥିବା ସ୍ପଷ୍ଟ ହୋଇଛି । ବିସ୍ଫୋରଣସ୍ଥଳରୁ ୫ଟି ଅଫୁଟା ବୋମା ସାଇଣ୍ଟିଫିକ୍ ଟିମ୍ ଜବତ କରିଛି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ ବୋମା ବିସ୍ଫୋରଣରେ ଏକ କୋଠା ଘରର ଛାତ ଭୁଶୁଡି ପଡିଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories