www.samajalive.in
Sunday, December 7, 2025
13.1 C
Bhubaneswar

ମିଳିଲାନି ସରକାରୀ ବାଦାମ ବିହନ; ଧାର କରଜ କରି ବିଳମ୍ବରେ ଚାଷ

ବାଙ୍କୀ : ଚଳିତ ବର୍ଷ ଲଘୁଚାପ ବର୍ଷା, ବାତ୍ୟା ଓ ଅଗଷ୍ଟ ମାସ ଶେଷ ସପ୍ତାହରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପ୍ରଭାବରେ ଅଧିକ କ୍ଷତିଗ୍ରସ୍ଥ ହୋଇଛି ବାଙ୍କୀ ଅଞ୍ଚଳର ଚାଷ ।ପାଗଯୋଗ ଦେଖି ଚାଷ ପାଇଁ ମଥା ଭିଡୁଥିବା ଚାଷୀ ଚାଷରେ କ୍ଷତି ସହିବା ସହିତ କ୍ଷେତ ପ୍ରସ୍ତୁତିରେ ବିଳମ୍ବ ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ କୋଭିଡ୍‍ କଟକଣାରେ ଆର୍ଥିକ ମେରୁଦଣ୍ଡ ଦୋହଲୁଥିବା ଚାଷୀର ସାର ବିହନ ଓ କୀଟନାଶକ କିଣିବା ନେଇ ଆର୍ଥିକ ଶଙ୍କଟ ଦେଖାଦେଇଛି। ବିଗତ ବର୍ଷ ପରି ଡମପଡା ବ୍ଲକ କୃଷି ସୂଚନା କେନ୍ଦ୍ର ଅଧିନ ଶିମିଳିପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ୫୦୦ହେକ୍ଟରରୁ ଅଧିକ ଚାଷ ଜମୀରେ ଚିନାବାଦାମ ଚାଷ ପାଇଁ ଅଣ୍ଟା ଭିଡିଥିବା ଚାଷୀ ଏବେ ଶଙ୍କଟରେ। ବହୁ ଚାଷୀ ଧାର କରଜ କରି ବିଳମ୍ବରେ ଚିନାବାଦାମ ଚାଷ ଆରମ୍ଭ କରିଛନ୍ତି। ଆର୍ଥିକ ଶଙ୍କଟ ହେତୁ ମଜୁରା ଲଗେଇ ଫସଲ ଚାଷ କରିବା ସମ୍ଭବ ହେଉନଥିବାରୁ ଚାଷୀ ପରିବାରର ପ୍ରାୟ ସମସ୍ତ ସଦସ୍ୟ ସାମୁହିକ ଭାବରେ ବାଦାମ ମଞ୍ଜି ପ୍ରସ୍ତୁତ କରିବାଠାରୁ କ୍ଷେତରେ ଲଗାଇବା ପର୍ଯ୍ୟନ୍ତ ସାମିଲ ହୋଇଛନ୍ତି। ଡମପଡା ବ୍ଲକରେ ସରକାରୀ ବିହନ କୌଣସି ସେବା ସମବାୟ ସମିତି ପକ୍ଷରୁ ଉପଲବ୍ଧ ବ୍ୟବସ୍ଥା ନଥିବାରୁ ଚାଷୀମାନେ ସୁଦୂର ଢେଙ୍କାନାଳ, ଅନୁଗୁଳୁ ଓ ଆଠଗଡରୁ କିଲୋ ପିଛା ୭୦ଟଙ୍କାରେ ବିହନ କିଣିଛନ୍ତି। କୃଷି ବିଭାଗର ସହଯୋଗ କ୍ରମରେ ସ୍ଥାନୀୟ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଥିଲେ ଚଳିତ ବର୍ଷ ବ୍ୟାପକ ଚିନାବାଦାମ ଫସଲ ଲଗାଯାଇପାରିଥାନ୍ତା। ଫଳରେ ଲଗାଣ ବର୍ଷା, ବାତ୍ୟା ଓ ବନ୍ୟାରେ ଖରିଫ୍‍ ଧାନ ହରାଇଥିବା ଚାଷୀ ବାଦାମ ଆମଦାନୀରେ କ୍ଷତି ଭରଣା କିଛି ମାତ୍ରାରେ କରିପାରିଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ କହିଛନ୍ତି। ଏସମ୍ପର୍କରେ ସହକାରୀ କୃଷି ଅଧିକାରୀ ଗଣେଶ୍ୱର ରଥଙ୍କ ସହ ଯୋଗା ଯୋଗ କରିବାରୁ ଚଳିତ ବର୍ଷ ସରକାରୀ ଚିନାବାଦାମ ବିହନ ଚାଷୀଙ୍କ ପାଇଁ ରିଆତି ଦରରେ ଯୋଗାଣ କରାଯିବାର ବିଭାଗ ପକ୍ଷରୁ କୌଣସି ସୂଚନା ଆସିନଥିବା କହିଛନ୍ତି। ସେପଟେ ସ୍ଥାନୀୟ କୃଷି ଅଧିକାରୀ କୃଷକ ସାଥୀଙ୍କ ଜରିଆରେ ଚିନାବାଦାମ ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ପରବର୍ତ୍ତୀ ଅବସ୍ଥାରେ ଧାର କରଜ କରି ବିହନ କିଣିଥିବା ଚାଷୀଙ୍କୁ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ଫକୀର ବିଶ୍ୱାଳ, ସୌଦାଗର ବିଶ୍ୱାଳ, ଗୋକୁଳଖ ବିଶ୍ୱାଳ, ଭାଷ୍କର ବିଶ୍ୱାଳ, ଜଟଧାରୀ ବେହେରା, ପ୍ରକାଶ ବେହେରା, ବିକ୍ରମ ବେହେରା, କ୍ଷୀରସିନ୍ଧୁ ବେହେରା, ସରତ ସିଠ ପ୍ରମୁଖ ଚାଷୀମାନେ ଗଣମାଧ୍ୟମ ଜରିଆରେ କୃଷି ବିଭାଗକୁ ଅନୁରୋଧ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories