ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ପକ୍ଷରୁ ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଦେଶର ସାର୍ବଜନିକ କ୍ଷେତ୍ରର ଏକ ଅଗ୍ରଣୀ ବ୍ୟାଙ୍କ ଅଟେ । ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କ, ବିତ୍ତୀୟ ସଂସ୍ଥା ଏବଂ ବୀମା କମ୍ପାନୀଗୁଡିକ ନିମନ୍ତେ “ଭବିଷ୍ୟ କି ବ୍ୟାଙ୍କିଙ୍ଗ୍‌” ବିଷୟ ସମ୍ପର୍କୀତ ଏକ ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗର ସଚିବ ଆଇଏସ୍‌ ସୁଶ୍ରୀ ଅଂଶୁଲୀ ଆର୍ଯ୍ୟା ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କାର୍ଯ୍ୟପାଳକ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀରେ ମହାପ୍ରବନ୍ଧକ ସୁଶ୍ରୀ ଚିତ୍ରା ଦାତ୍ତାର, ମହାପ୍ରବନ୍ଧକ କେ ରାଜେଶ କୁମାର, ମାନବ ସମ୍ବଳ ବିଭାଗ aଏବଂ ରାଜଭାଷା, ଦିଲ୍ଲୀ ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ହରି ଶଙ୍କର ବତ୍ସ ତଥା ଡଃ ରାଜେନ୍ଦ୍ର ଶ୍ରୀବାସ୍ତବ, ଉପ ମହାପ୍ରବନ୍ଧକ (ରାଜଭାଷା) ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ବିତ୍ତୀୟ ସେବା ବିଭାଗ, ବିତ୍ତ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଜଗଜୀତ କୁମାର ତଥା ଉପ ନିର୍ଦ୍ଦେଶକ ଧର୍ମବୀର ବିଶେଷ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କ ମାର୍ଗଦର୍ଶନ କରିଥିଲେ ।

ସମ୍ମିଳନୀରେ ସମସ୍ତ ବ୍ୟାଙ୍କ, ବିତ୍ତୀୟ ସଂସ୍ଥା ଏବଂ ବୀମା କମ୍ପାନୀର ଶୀର୍ଷ କାର୍ଯ୍ୟପାଳକ ଏବଂ ରାଜଭାଷା ଅଧିକାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସୁଶ୍ରୀ ଅଂଶୁଲୀ ଆର୍ଯ୍ୟା ନିଜ ସମ୍ବୋଧନରେ କହିଥିଲେ ଯେ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡିକ କୈାଣସି ଦେଶର ଅର୍ଥ ବ୍ୟବସ୍ଥାର ମୂଳ ଆଧାର ଅଟେ । ସେ ମଧ୍ୟ କହିଥିଲେ ଯେ, ବ୍ୟାଙ୍କିଙ୍ଗ୍‌ ସେବା ମାଧ୍ୟମରେ ସରକାରୀ ଯୋଜନାଗୁଡିକର ମଧ୍ୟ କାର୍ଯ୍ୟାନ୍ୱୟନ କରାଯାଉଛି । ସେ ମଧ୍ୟ କହିଥିଲେ ଯେ, ବ୍ୟାଙ୍କିଙ୍ଗ୍‌ରେ ହିନ୍ଦୀ ଏବଂ ଆଞ୍ଚଳିକ ଭାଷାର ପ୍ରୟୋଗ ମଧ୍ୟ ଜରୁରୀ ଯାହା ଦ୍ୱାରା ଦୂରଦୂରାନ୍ତର ଗ୍ରାହକମାନେ ମଧ୍ୟ ଲାଭାନ୍ୱିତ ହେଉଛନ୍ତି । ଏହି ଦିଗରେ ଗତି କରୁଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ଅନ୍ୟ ସଂସ୍ଥା ମାନଙ୍କ ଦ୍ୱାରା କରାଯାଉଥିବା ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ମହାପ୍ରବନ୍ଧକ କେ ରାଜେଶ କୁମାର, ମାନବ ସମ୍ବଳ ବିଭାଗ ଏବଂ ରାଜଭାଷା ସମସ୍ତ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଗୃହ ପତ୍ରିକା “ମହାବ୍ୟାଙ୍କ ପ୍ରଗତି”ର ଉନ୍ମୋଚନ କରାଯିବା ସହିତ ବ୍ୟାଙ୍କର ବିତ୍ତୀୟ ମୋବାଇଲ ହିନ୍ଦୀ ଆପ୍‌ର ମଧ୍ୟ ଆରମ୍ଭ କରାଯାଇଥିଲା । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ହିନ୍ଦୀ ଆଲେଖ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟପାଳକ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ଦୂରଦୂରାନ୍ତ ଅଞ୍ଚଳରେ ନିଜର ବିଚାର ଏବଂ ଯୋଜନାଗୁଡିକୁ ପହଞ୍ଚାଇବାରେ ଗ୍ରାହକମାନଙ୍କ ପାଇଁ ହିନ୍ଦୀ ଓ ଆଞ୍ଚଳିକ ଭାଷା ଏକ ସଶକ୍ତ ମାଧ୍ୟମ ଅଟେ ବୋଲି ନିଜ ସମ୍ବୋଧନରେ କହିଥିଲେ । ସୁଶ୍ରୀ ଚିତ୍ରା ଦାତ୍ତାର, ମହାପ୍ରବନ୍ଧକ କାର୍ଯ୍ୟକ୍ରମ ଉପସ୍ଥାପନା କରିବା ସହ ହରି ଶଙ୍କର ବତ୍ସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.