www.samajalive.in
Monday, December 15, 2025
16.1 C
Bhubaneswar

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ଦାସଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ  ଗ୍ରାହକମାନଙ୍କୁ ସ୍ୱାଗତ କରିଥିଲେ । ଏ.କେ. ଦାସ ଗ୍ରାହକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ୟାଙ୍କ ପ୍ରତି ଥିବା ଗ୍ରାହକମାନଙ୍କର ସମର୍ଥନ ଓ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଥିଲେ । ବ୍ୟବସାୟରେ ସମର୍ଥନ ଓ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି  ଆଣିବାକୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିରନ୍ତର ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

୨୦୦ରୁ ଅଧିକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସରକାରୀ ଫ୍ଲାଗ୍‌ସି୍‌ ଏବଂ ଆତ୍ମ ନିର୍ଭର ଭାରତ ଯୋଜନା ଆଦି ବିଭିନ୍ନ ପ୍ରାଥମିକ ଋଣ କ୍ଷେତ୍ରରେ ଓଡିଶା ଅଧିନରେ ଥିବା ବ୍ୟାଙ୍କର ୪ଟି ଜୋନ୍‌ : ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ବାରିଦାର ଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ୨୦୦କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏମ୍‌ଏସ୍‌ଏମ୍‌ଇ, କୃଷି, ରିଟେଲ୍‌, ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ଷ୍ଟାଣ୍ଡ୍‌
ଅପ୍‌ ଇଣ୍ଡିଆ, ପ୍ରଧାନ ମନ୍ତ୍ରୀ ସ୍ୱନିଧି ଅଧିନସ୍ଥ ଋଣ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

- Advertisement -

ନ୍ୟାସ୍‌ନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁ୍‌, ଇଷ୍ଟ ଅଧିନରେ ଆୟୋଜିତ ଏହି ସଂଯୋଗୀକରଣ କାର୍ଯ୍ୟକ୍ରମରେ ୩୫୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ୨୦୦ ଗ୍ରାହକଙ୍କୁ ପ୍ରଦାନ କରାଯାଇଥିଲା । ସାମାଜିକ ସୁରକ୍ଷା ଯୋଜନା ଗୁଡିକୁ ଲୋକପ୍ରିୟ କରାଇବାରେ ଏବଂ ଏଗୁଡିକୁ କାର୍ଯ୍ୟକାରୀ କରାଇବାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡିକ : ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ),
ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ ), ଅଟଳ ପେନ୍‌ସନ୍‌ ଯୋଜନା (ଏପିୱାଇ) ଆଦିର ବାଧ୍ୟତାମୂଳକ ବଜେଟ୍‌ ଅତିକ୍ରମ କରିସାରିଛି । ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି ଇଷ୍ଟ ଜୋନ୍‌, ପିଏମ୍‌ଏସ୍‌ବିୱାଇ,ପିଏମ୍‌ଜେଜେବିୱାଇ ଓ ଏପିୱାଇ ଅଧିନରେ ୫୦୦୦ ଜଣ ନାମାଙ୍କନ କରିଛନ୍ତି । ଶ୍ରୀ ଦାସ ଏହି ଅବସରରେ ରାଜ୍ୟ ପାଇଁ ଏକ ବିଶେଷ ପ୍ରସ୍ତାବିତ ଏନ୍‌ବିଜି ପ୍ରତିଷ୍ଠା କରାଯିବା ବିଷୟରେ ଅବଗତ କରାଇଥିଲେ ।

ଏହା ରାଜ୍ୟର ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ଏବଂ ଗ୍ରାହକ ମାନଙ୍କ ସହ ନିବିଡ ଭାବେ ଯୋଡି ହେବା ସହିତ ସାମାଜିକ- ଅର୍ଥନୈତିକ ବିକାଶର ବ୍ୟାପକ ସୁଯୋଗ ସୃଷ୍ଟି କରିାରିବ ବୋଲି ସେ କହିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories