ଡେସ୍କ: ବ୍ରିଟେନରେ ଅର୍ଥନୈତିକ ମନ୍ଥରତା ସୃଷ୍ଟି ହେବା ନେଇ ସେଠାକାର ବ୍ୟାଙ୍କ ଅଫ୍ ଇଂଲଣ୍ଡ ଚେତାବନୀ ଦେଇଛି। ବିଗତ ୨୭ ବର୍ଷ ମଧ୍ୟରେ ବ୍ରିଟେନ ସୁଧହାର ସର୍ବାଧିକ ବୃଦ୍ଧି କରିଥିବାରୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏଭଳି ଚେତାବନୀ ଦେଇଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡ ମୂଲ୍ୟବୃଦ୍ଧି ମୁକାବିଲା ପାଇଁ ସୁଧହାର ୧.୭୫ %କୁ ବୃଦ୍ଧି କରିଛି। ସେଠାରେ ମୁଦ୍ରାସ୍ଫୀତି ୧୩% ଛୁଇଁବାକୁ ଯାଉଛି।
ସୂଚନା ଅନୁଯାୟୀ ଚଳିତବର୍ଷର ଶେଷ ୩ ମାସରେ ବ୍ରିଟେନ ଅର୍ଥନୀତି ମନ୍ଥର ରହିବାର ପୂର୍ବାନୁମାନ କରାଯାଇଛି। ଏହି ମନ୍ଥରତା ୨୦୨୩ ଶେଷ ପର୍ଯ୍ୟନ୍ତ ରହିବ। ବ୍ରିଟେନରେ ମୁଦ୍ରାସ୍ପୀତି ହାରରେ ବୃଦ୍ଧି ଓ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇଁ ବର୍ଦ୍ଧିତ ଶକ୍ତି ବିଲ୍ ଦାୟୀ ବୋଲି କୁହାଯାଉଛି। ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସେଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆକଳନ କରାଯାଇଛି।



