www.samajalive.in
Saturday, December 6, 2025
14.1 C
Bhubaneswar

ମାଆ ସାଜିଲା ହତ୍ୟାକାରୀ: ଶିଶୁକୁ ଚତୁର୍ଥ ମହଲାରୁ ତଳକୁ ଫିଙ୍ଗିଦେଲା

ବେଙ୍ଗାଲୁରୁ: ମାଆକୁ ସନ୍ତାନର ସବୁଠାରୁ ବଡ଼ ରକ୍ଷକ ବୋଲି କୁହାଯାଏ। କାରଣ ସେ କେବଳ ପିଲାକୁ ଜନ୍ମ ଦିଏନାହିଁ ବରଂ ଯତ୍ନର ସହ ଲାଳନ ପାଳନ କରି ବଡ଼ କରିଥାଏ। ଏହି କାରଣରୁ ପିଲାମାନେ ନିଜ ମାଆଙ୍କ ସହ ସବୁଠୁ ଅଧିକ ନିକଟତର ହୋଇଥାଆନ୍ତି। କିନ୍ତୁ ବେଙ୍ଗାଲୁରୁ ଜଣେ ମାଆ ହିଁ ନିଜ ସନ୍ତାନର ହତ୍ୟାକାରୀ ସାଜିଛି। ନିଜ ମାଆ ହାତରେ ଏକ ପାଞ୍ଚ ବର୍ଷୀୟ ଶିଶୁର ଜୀବନ ଯାଇଛି। ବେଙ୍ଗାଲୁରୁରେ ଜଣେ ମହିଳା ନିଜ ୫ ବର୍ଷୀୟ ଶିଶୁ ପୁତ୍ରକୁ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ତଳକୁ ଫିଙ୍ଗି ଦେଇଛନ୍ତି।

ସୂଚନା ମୁତାବକ, ଶିଶୁଟି ମାନସିକ ସ୍ତରରେ ଅସ୍ଥିର ଥିଲା, ​​ଯେଉଁଥିପାଇଁ ତା’ର ମାଆ ଅବସାଦରେ ଥିଲେ। ଏହି କାରଣରୁ ବିରକ୍ତ ହୋଇ ସେ ଏକ ଭୟଙ୍କର ପଦକ୍ଷେପ ଗ୍ରହଣ ସ୍ବରୂପ ନିଜ ହାତରେ ନିଜ ସନ୍ତାନକୁ ବାଲ୍‌କୋନୀରୁ ତଳକୁ ଫିଙ୍ଗିଦେଲେ। ଏହାପରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା। ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ମାଆକୁ ଗିରଫ କରିଛି।

- Advertisement -

ଏହି ଘଟଣା ସମ୍ପର୍କରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ମାଆ ଜାଣିଶୁଣି ପିଲାଟିକୁ ବାଲକୋନୀରୁ ଫିଙ୍ଗି ଦେଇଛନ୍ତି। ଆମେ ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ପିଲାଟି ମାନସିକ ସ୍ତରରେ ଅସ୍ଥିର ଥିଲା ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories