ବ୍ୟାଙ୍କ ଅଫ୍‌ ବରୋଦାକୁ “ଶ୍ରେଷ୍ଠ ଏଆଇ ଓ ଏମଏଲ୍‌ ବ୍ୟାଙ୍କ” ଏବଂ “ବେଷ୍ଟ ଟେକ୍‌ନୋଲୋଜି ଟାଲେଂଟ” ପୁରସ୍କାର

ମୁମ୍ବାଇ, ଫେବୃୟାରୀ : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ର ୧୯ତମ ବାର୍ଷିକ ବ୍ୟାଙ୍କିଂ ଟେକ୍‌ନୋଲୋଜି ପୁରସ୍କାର ୨୦୨୩ ରେ ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା (ବ୍ୟାଙ୍କ) “ବେଷ୍ଟ ଏଆଇ ଓ ଏମଏଏଲ ବ୍ୟାଙ୍କ” ଏବଂ “ବେଷ୍ଟ ଟେକ୍‌ନୋଲୋଜି ଟ୍ୟାଲେଂଟ” ପାଇଁ ବିଜେତା ହୋଇଛି । ଏଥି ସହିତ ବେଷ୍ଟ ଟେକନୋଲୋଜି ବ୍ୟାଙ୍କ, ବେଷ୍ଟ ଆଇଟି ରିସ୍କ ମ୍ୟାନେଜମେଂଟ, ବେଷ୍ଟ ଫିନଟେକ୍‌ ଓ ଡିପିଆଇ ଆଡପ୍ସନ ଏବଂ ବେଷ୍ଟ ଫାଇନାନ୍ସିଆଲ୍‌ ଇନକ୍ଲୁଜନ୍‌ ଭଳି ୪ ଟି ପୁରସ୍କାର ବର୍ଗରେ ବ୍ୟାଙ୍କକୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି ।

ବ୍ୟାଙ୍କ ଅଫ୍‌ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ ଚାନ୍ଦ କହିଛନ୍ତି, “ଟେକ୍‌ନୋଲୋଜି ଆଜି ଏକ ବ୍ୟାଙ୍କିଂ ଅନୁଷ୍ଠାନର ହୃଦୟରେ ରହିଛି । ବୈଷୟିକ କ୍ଷେତ୍ରରେ ଦ୍ରୁତ ଉନ୍ନତି ଏବଂ ସେମାନଙ୍କ ବ୍ୟାଙ୍କ ଠାରୁ ଆମର ଗ୍ରାହକଙ୍କ ଆଶା ସହିତ, ଆମେ ଭବିଷ୍ୟତର ବ୍ୟାଙ୍କ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ସହିତ ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ନିବେଶ ଜାରି ରଖିବୁ । ବ୍ୟାଙ୍କ ଅଫ୍‌ ବରୋଦାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିବାରୁ ଆମେ ଆଇବିଏକୁ ଧନ୍ୟବାଦ ଦେବାକୁ ଚାହୁଁଛୁ ।”

ବ୍ୟାଙ୍କ ଅଫ୍‌ ବରୋଦା ଗତ କିଛି ବର୍ଷ ଧରି ବିଭିନ୍ନ ଆର୍ଟିଫିସିଆଲ୍‌ ଇଂଟେଲିଜେନ୍ସ ଏବଂ ମେସିନ୍‌ ଲର୍ଣ୍ଣିଂ ବ୍ୟବହାର ଦିଗରେ କାର୍ଯ୍ୟ କରୁଛି ଏବଂ ଜେନେରେଟିଭ୍‌ ଏଆଇ (ଜେନଏଆଇ)ରେ ସମ୍ଭାବ୍ୟ ବ୍ୟବହାର କ୍ଷେତ୍ରରେ ପ୍ରାରମ୍ଭିକ ଅନୁସନ୍ଧାନ ମଧ୍ୟ ଆରମ୍ଭ କରିଛି । ବ୍ୟାଙ୍କ ଏଆଇ ଏବଂ ଏମଏଲ୍‌ ସାହାଯ୍ୟରେ ବର୍ଦ୍ଧିତ ସାଇବର ସୁରକ୍ଷା କ୍ଷମତାକୁ ମଧ୍ୟ କାର୍ଯ୍ୟକାରୀ କରୁଛି । ବ୍ୟାଙ୍କ ଏକ ଏଂଟରପ୍ରାଇଜ୍‌ ବ୍ୟାପକ ଡାଟା ଏବଂ ଆନାଲିଟିକ୍ସ ପ୍ଲାଟଫର୍ମ ପ୍ରତିଷ୍ଠା କରିଛି ଏବଂ ଏକ ଆର୍କିଟେକ୍‌ଚର ଏବଂ ଆପ୍ଲିକେସନ ଆଧୁନିକୀକରଣ କାର୍ଯ୍ୟକ୍ରମ ହାତକୁ ନେଉଛି, ଯାହାର ଉଦ୍ଦେଶ୍ୟ ବ୍ୟାଙ୍କକୁ ଗ୍ରାହକ ପ୍ରଥମ ଡିଜିଟାଲ୍‌ ଅନୁଷ୍ଠାନରେ ପରିଣତ କରିବା ।

Comments are closed.