ବାଣୀପଦା ଇଣ୍ଡିଆନ୍ ବ୍ୟାଙ୍କ ଚୋରି ଘଟଣାରେ ୫ ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ବାଣୀପଦା ପଞ୍ଚାୟତ ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କରୁ ଚୋରି ଘଟଣାରେ ଚୌଦ୍ୱାର ପୁଲିସ ୫ଜଣଙ୍କୁ ଗିରଫ କରିଛି ।ଗିରଫ ମାନଙ୍କ ମଧ୍ୟରୁ ବାଣୀପଦା ବନ୍ଦାଳୋ ଗ୍ରାମର ୩ଜଣ ନାବାଳକ ହୋଇଥିବାବେଳେ ଅନ୍ୟ ୨ଜଣ ହେଲେ ସେହି ଗ୍ରାମର ମୁନ୍ନା ରାଉତ(୨୨) ଓ ବିକୁନା ନାୟକ(୧୮) । ସେମାନଙ୍କ ନିକଟରୁ ବ୍ୟଙ୍କରୁ ଚୋରି ଯାଇଥିବା ୪ଟି ଏକ୍ସାଇଡ଼ ବ୍ୟାଟେରୀ, ୨ଟି ପଙ୍ଖା ଓ ଗୋଟିଏ ପ୍ରିଣ୍ଟର ଜବତ କରାଯାଇଛି । ପ୍ରକାଶ ଯେ ଚଳିତ ମାସ ୧୦ ତାରିଖ ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ବ୍ୟାଙ୍କ ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପଶି ୪ଟି ବ୍ୟାଟେରି ଓ ପଙ୍ଖା ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଅଳଙ୍କିତ୍ ଦେବାର୍ଚ୍ଚନ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ଥାନାର ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ବନ୍ଦାଳୋ ଗ୍ରାମର ମୁନ୍ନା ଏହି ଚୋରିରେ ସମ୍ପୃକ୍ତ ଥିବା ବିଶେଷ ସୁତ୍ରରୁ ଖବରପାଇ ମଙ୍ଗଳବାର ଦିନ ପୁଲିସ ତାକୁ ଗିରଫ କରିଥିଲେ। ଥାନାରେ ପଚରା ଉଚରାରେ ତା’ ସହିତ ଅନ୍ୟ ୪ଜଣ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ମୁନ୍ନା ପୁଲିସ୍କୁ ସୂଚନା ଦେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।

kalyan agarbati

Comments are closed.