www.samajalive.in
Friday, December 5, 2025
20.1 C
Bhubaneswar

ବାଂଲାଦେଶରେ ବିକ୍ଷୋଭକାରୀଙ୍କ ବଡ଼ ବିଜୟ, କୋଟା ହ୍ରାସ କଲେ ସୁପ୍ରିମକୋର୍ଟ

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ମାତ୍ରାଧିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିବା ବିକ୍ଷୋଭକାରୀଙ୍କୁ ବଡ଼ ବିଜୟ ମିଳିଛି। ଦେଶରେ ହିଂସା ବ୍ୟାପି ୧୩୦ ଜୀବନ ଚାଲିଯିବା ପରେ ଶେଷର ରବିବାର ସୁପ୍ରିମକୋର୍ଟ ସରକାରୀ ଚାକିରିରେ ମାତ୍ରାଧିକ କୋଟାକୁ ଉଚ୍ଛେଦ କରିଦେଇଛନ୍ତି। ଏଣିକି ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବଦଳରେ ମାତ୍ର ୭ ପ୍ରତିଶତ ସଂରକ୍ଷଣ ରହିବ। ଏହା ସହିତ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଶ୍ରେଣୀଗୃହକୁ ଫେରିବାକୁ ପରାମର୍ଶ ଦେଇଛନ୍ତି।

୧୯୭୧ ସ୍ଵାଧୀନତା ଆନ୍ଦୋଳନ ପରଠାରୁ ସ୍ଵାଧୀନତା ସଂଗ୍ରାମୀ ପରିବାର ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ରାଧିକ ସଂରକ୍ଷଣ ବ୍ୟବସ୍ଥା ଯୋଗୁ ବହୁ ଯୋଗ୍ୟ ଛାତ୍ରଛାତ୍ରୀ ବେକାର ରହୁଛନ୍ତି। ସରକାରୀ ଚାକିରି ସେମାନଙ୍କ ପାଇଁ ସ୍ଵପ୍ନ ପାଲଟିଯାଉଛି। ଏହାକୁ ନେଇ ସପ୍ତାହେ ଅଧିକ ସମୟ ଧରି ଦେଶରେ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଏହା ଯୋଗୁ ଆରମ୍ଭ ହୋଇଥିବା ହିଂସାରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ବି ହୋଇଛନ୍ତି। ଦେଶରେ ଏଭଳି ଅଶାନ୍ତ ବାତାବରଣ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ରବିବାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସରକାରୀ ଚାକିରିରେ ରହିଥିବା ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ହ୍ରାସ କରି ୭ ପ୍ରତିଶତକୁ କମାଇ ଦେଇଛନ୍ତି। ଫଳରେ ଏଣିକି ସରକାରୀ ଚାକିରିରେ ୯୩ ପ୍ରତିଶତ ପଦବୀ ମେରିଟ(ମେଧା) ଆଧାରରେ ପୂରଣ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories