www.samajalive.in
Saturday, December 13, 2025
26.1 C
Bhubaneswar

୧୪ ଘଣ୍ଟାକୁ ବୃଦ୍ଧି ପାଇପାରେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ, ବିଚାର କରୁଛନ୍ତି ସରକାର

ବେଙ୍ଗାଲୁରୁ:​‌ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କର୍ଣ୍ଣାଟକ ସରକାର। ତେବେ ଆଇଟି କ୍ଷେତ୍ରର ବିଭିନ୍ନ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ପଦକ୍ଷେପକୁ କର୍ମଚାରୀମାନେ କଡ଼ା ବିରୋଧ କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ଛଟେଇର କାରଣ ଦର୍ଶାଇ ଏହାକୁ ଅମାନବୀୟ ବୋଲି କହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟ ସରକାର କର୍ଣ୍ଣାଟକ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୬୧ରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି। ତେଣୁ ଆଇଟି କମ୍ପାନୀଗୁଡ଼ିକ ଚାହୁଁଛନ୍ତି ଯେ, ସେମାନଙ୍କ ପ୍ରସ୍ତାବକୁ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଉ, ଯଦ୍ଵାରା ଆଇନଗତ ଭାବେ କାର୍ଯ୍ୟ ସମୟ ୧୪ ଘଣ୍ଟା(୧୨ ଘଣ୍ଟା + ୨ ଘଣ୍ଟା ଓଭରଟାଇମ୍) ହୋଇଯିବ। ବର୍ତ୍ତମାନର ଶ୍ରମ ନିୟମ ଅନୁଯାୟୀ, ୧୨ ଘଣ୍ଟା(୧୦ ଘଣ୍ଟା + ୨ ଘଣ୍ଟା ଓଭର ଟାଇମ୍‌) ପର୍ଯ୍ୟନ୍ତ କାର୍ଯ୍ୟ ସମୟକୁ ଅନୁମତି ରହିଛି। ସୂଚନା ମୁତାବକ, ସରକାର ଏ ପ୍ରସଙ୍ଗରେ ଏକ ପ୍ରାରମ୍ଭିକ ବୈଠକ କରିଛନ୍ତି ଏବଂ ଶୀଘ୍ର ଆଗାମୀ ନିଷ୍ପତ୍ତି ନିଆଯିବ।

- Advertisement -

 

 

 

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories