www.samajalive.in
Friday, December 5, 2025
26.1 C
Bhubaneswar

ଭାଙ୍ଗିଲା ଓଡ଼ିଶା ପିସିସି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)କୁ ଭାଙ୍ଗି ଦିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ପିସିସି ସହିତ ଏହାର ସମସ୍ତ କାର୍ଯ୍ୟକାରୀ କମିଟି ଅର୍ଥାତ ଜିଲା, ବ୍ଲକ ଏବଂ ମଣ୍ଡଳସ୍ତରୀୟ କମିଟିଗୁଡ଼ିକୁ ଭଙ୍ଗା ଯାଇଛି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହା ସହିତ ପିସିସି ସଭାପତିଙ୍କୁ ପଦରୁ ହଟାଇ ଦିଆଯାଇଛି। ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ଚୟନ କରାଯାଇଛି। ସେ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କ ନେତୃତ୍ଵ ନେବେ। ଏହା ବ୍ୟତୀତ ଅଶୋକ ଦାସଙ୍କୁ ବିଧାୟକ ଦଳ ଉପନେତା ଏବଂ ସି.ଏସ. ରାଜନ ଏକ୍କାଙ୍କୁ କଂଗ୍ରେସ ମୁଖ୍ୟ ସଚେତକ ଭାବେ ନିର୍ବାଚିତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖ ଯେ, ବିଧାୟକ ଦଳ ନେତା ସକାଶେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାମଚନ୍ଦ୍ର କାଡାମଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏଆଇସିସି ରାମଚନ୍ଦ୍ରଙ୍କୁ ଚୟନ କରିଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories