www.samajalive.in
Saturday, December 6, 2025
15.1 C
Bhubaneswar

ସର୍ବଦଳୀୟ ବୈଠକକୁ ଆସିଲାନି କଂଗ୍ରେସ, କ୍ଷୋଭ ପ୍ରକାଶ କଲେ ତାରା

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସୋମବାର (ଜୁଲାଇ ୨୨) ସପ୍ତଦଶ ବିଧାନସଭା ଆରମ୍ଭ ହେବ। ଏଥିପାଇଁ ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ଶାସକ ଦଳର ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବରିଷ୍ଠ ନେତାଙ୍କ ସମେତ ବିରୋଧୀ ବିଜେଡିର ମୁଖ୍ୟ ସଚେତତ ଯୋଗଦେଇଥିଲେ। କିନ୍ତୁ ବୈଠକକୁ ଆସି ନ ଥିଲେ କଂଗ୍ରେସ କି ସିପିଏମ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପିସିସି ସଭାପତି ଏବଂ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୈଠକକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେମାନେ ଯୋଗଦେଇ ନ ଥିଲେ। ତେବେ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି।

ତାରା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ଏକ ପୁରୁଣା ଦଳ। ସର୍ବଦଳୀୟ ବୈଠକରେ ଯୋଗ ନ ଦେବା ଦୁର୍ଭାଗ୍ୟଜନକ। ଏତେ ବଡ଼ ଦଳ ହୋଇ ବି ନେତା ଚୟନ ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କ’ଣ ଦାୟୀ କରିବି। ମୁଁ ନିଜକୁ ଦାୟୀ କରିବି। ମୋତେ ନେତା ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି। ସେ କହିଲେ ମୋତେ ନିର୍ଦେଶ ଆସିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories