www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତ ଗସ୍ତରୁ ସାକିବ୍‌ ଓହରିବା ଆଶଙ୍କା ରହିଛି : ନାଜମୁଲ୍‌ ହସନ୍‌

ଢାକା : ବାଂଲାଦେଶ କ୍ରିକେଟ୍ ଦଳ ଆସନ୍ତା ବୁଧବାର ଭାରତ ଗସ୍ତରେ ଆସି କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ଏହି ଦଳର ତାରକା ଅଲରାଉଣ୍ଡର ସାକିବ୍ ଅଲ୍‌ ହସନ୍‌ ଓହରିଯିବାର ଆଶଙ୍କା ରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ସଭାପତି ନାଜମୁଲ୍ ହସନ୍‌।
ସୂଚନାଥାଉକି କିଛିଦିନ ତଳେ ବିଭିନ୍ନ ଦାବି ପୂରଣ ନେଇ ବାଂଲାଦେଶ ଦଳର କ୍ରିକେଟର୍‌ମାନେ ବିସିବି ବିରୋଧରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ସାକିବ୍‌। ବିସିବି କ୍ରିକେଟର୍‌ଙ୍କ ଅଧିକାଂଶ ଦାବି ମାନି ନେବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ତେବେ ବାଂଲାଦେଶ କ୍ରିକେଟ୍‌ରେ ସବୁକିଛି ଠିକ୍‌ ଅଛି ବୋଲି କୁହାଯାଇ ପାରିବ ନାହିଁ। ବାଂଲାଦେଶ ଦଳ ଭାରତ ଗସ୍ତ ନିମନ୍ତେ ଅଭ୍ୟାସ ଜାରି ରଖିଥିବା ବେଳେ ସାକିବ୍‌ ଅଭ୍ୟାସରେ ଯୋଗ ଦେଇନଥିବା ଜଣାପଡ଼ିଛି। ସାକିବ୍‌ ଅନୁପସ୍ଥିତ ରହିବା କାରଣ ସଂପର୍କରେ ମୁଖ୍ୟ ପ୍ରଶିକ୍ଷକ ରସେଲ୍‌ ଡୋମିନ୍‌ଗୋ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ​‌କ୍ରିକେଟର୍‌ଙ୍କ ନିମନ୍ତେ ଥିବା ନିୟମ ଭଙ୍ଗ କରି ଏକ କମ୍ପାନୀ ପାଇଁ ବିଜ୍ଞାପନ କରିବାକୁ ସାକିବ୍‌ ଚୁକ୍ତି କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହାକୁ ନେଇ କ୍ଷୁବ୍ଧ ସାକିବ୍‌ ଭାରତ ଗସ୍ତରୁ ଓହରି ଯିବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି।
ପୂର୍ବରୁ ମହମ୍ମଦ ସୌଫୁଦ୍ଦିନ୍‌ ପିଠିରେ ଯନ୍ତ୍ରଣାଜନିତ କାରଣରୁ ବାଂଲାଦେଶ ଦଳରୁ ବାଦ୍‌ ପଡ଼ିଥିବା ବେଳେ ତମିମ୍‌ ଇକ୍‌ବାଲ୍‌ ବ୍ୟକ୍ତିଗତ କାରଣରୁ ଭାରତ ଗସ୍ତରୁ ଓହରି ଯାଇଥିଲେ। ସାକିବ୍‌ଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିବି ସଭାପତି ନାଜମୁଲ୍‌ କହିଛନ୍ତି ସାକିବ୍‌ ଭାରତ ଗସ୍ତରେ ଯିବେ ନାହିଁ ବୋଲି ଜଳଜଳ ହୋଇ ଦିଶୁଛି। ତେବେ ଏହା ପଛରେ କ’ଣ କାରଣ ରହିଛି ତାହା ସେ ଠିକ୍‌ ଭାବେ ଜାଣନ୍ତି ନାହିଁ। ସେ ସାକିବ୍‌ଙ୍କୁ ଅଲୋଚନା କରିବାକୁ ଡାକିଛନ୍ତି। ଏହାପରେ ସମସ୍ତ ଚିତ୍ର ସ୍ପଷ୍ଟ ହୋଇଯିବ। କେବଳ ସାକିବ୍‌ ନୁହନ୍ତି ଦଳର ଅନ୍ୟ କେତେକ ଖେଳାଳିମାନେ ଭାରତ ଗସ୍ତରେ ଯିବେ ନାହିଁ ବୋଲି ଆଶଙ୍କା ରହିଛି। ଏହି କ୍ରିକେଟର୍‌ମାନେ ବର୍ତ୍ତମାନ ଏ ସଂପର୍କରେ ମୁହଁ ଖୋଲୁନଥିବା ବେଳେ ଶେଷ ମୁହୂର୍ତ୍ତରେ ଗସ୍ତରୁ ଓହରି ଯିବାର ଆଶଙ୍କା ରହିଛି। ଏପରି ହେଲେ ବିସିବି ବହୁତ ଅସୁବିଧାରେ ପଡ଼ିବ ବୋଲି ନାଜମୁଲ୍‌ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories