www.samajalive.in
Sunday, December 7, 2025
26.1 C
Bhubaneswar

ବାଂଲାଦେଶ ହିଂସା: ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ସେନାର ଚେତାବନୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ବିଭିନ୍ନ ସ୍ଥାନରେ ସାନି ହିଂସା ଯୋଗୁ ସୋମବାର ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତି ବିପଦ ଘନେଇବାରେ ଲାଗିଛି। ସୋମବାର ସେନା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ଚେତାବନୀ ଦିଆଯାଇଛି। ଏପରି କି ତାଙ୍କୁ ଇସ୍ତଫା ଦେବା ଲାଗି ସେନା ୪୫ ମିନିଟ ସମୟ ଦେଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।

ବାଂଲାଦେଶରେ ଗତ ମାସରେ ସଂରକ୍ଷଣ ବିରୋଧୀ ହିଂସା ଆରମ୍ଭ ହୋଇଥିଲା। ସ୍ଵାଧୀନତା ସଂଗ୍ରାମୀ ପରିବାରଗୁଡ଼ିକୁ ସରକାରୀ ଚାକିରି କ୍ଷେତ୍ରରେ ମାତ୍ରାଧିକ ସଂରକ୍ଷଣ ସୁବିଧା ଦିଆଯାଉଥିବାରୁ ଏହା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ହେଲେ ବର୍ତ୍ତମାନ ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାରଠାରୁ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ସହିତ ଗୁଳିମାଡ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଦେଶବ୍ୟାପୀ ହୋଇଥିବା ସଂଘର୍ଷରେ ୧୪ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ସାଧାରଣ ଜନତା ପ୍ରାଣ ହରାଇଛନ୍ତି। ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories