ବାଂଲାଦେଶ ସୀମାରେ କାର୍ଯ୍ୟକାରୀ ହେଲା ସ୍ମାର୍ଟ ଫେନସିଂ ବ୍ୟବସ୍ଥା

0

ନୂଆଦିଲ୍ଲୀ : ବାଂଲାଦେଶ ଓ ପାକିସ୍ତାନ ସୀମାରେ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍‍)ର ପ୍ରୟାସକୁ ବଡ ସଫଳତା ମିଳିଛି। ବୁଧବାର ଆସାମ ସଂଲଗ୍ନ ବାଂଲାଦେଶ ସୀମାରେ ପ୍ରଥମ ସ୍ମାର୍ଟ ଫେନସିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏହି ସୀମାରେ ରହିଥିବା ଏକ ନଦୀରେ ଏହି ସ୍ମାର୍ଟ ଫେନସିଂ ବ୍ୟବସ୍ଥା କରାଯାଇଛି। ସ୍ମାର୍ଟ ଫେନସିଂ ବ୍ୟବସ୍ଥା ଦ୍ୱାରା ସୀମାରେ କୌଣସି ଅନୁପ୍ରବେଶ ଉଦ୍ୟମକୁ ସହଜରେ ଠାବ କରାଯାଇଛି। ଏଥିରେ ରହିଥିବା ବୈଷୟିକ ବ୍ୟବସ୍ଥା ଦ୍ୱାରା କେଉଁ ସ୍ଥାନରେ ଅନୁପ୍ରବେଶ ହେଉଛି ତାହା କମ୍ପ୍ୟୁଟର ପରଦାରେ ଦେଖାଯାଇ ପାରିବ। ଏହା ସହିତ ଅନୁପ୍ରବେଶ ଉଦ୍ୟମ ହେଲେ ଆଲାରାମ ବାଜି ଉଠିବ। ଯଦ୍ଦ୍ୱାରା ନିକଟରେ ଥିବା ସୁରକ୍ଷାକର୍ମୀ ସଜାଗ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୁରକ୍ଷା କାରଣରୁ ଏହି ସ୍ମାର୍ଟ ଫେନସିଂ ବ୍ୟବସ୍ଥା ବାବଦରେ ସବିଶେଷ ତଥ୍ୟ ଦେବାକୁ ବିଏସଏଫ୍‍ ମନା କରିଛି। ପୂର୍ବରୁ ଏହି ନଦୀରେ ଡଙ୍ଗା ଦ୍ୱାରା ପାଟ୍ରୋଲିଂ କରାଯାଉଥିଲା। ଆଗାମୀ ଦିନରେ ବାଂଲାଦେଶ ସୀମାରେ ଅନୁରୂପ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଏସଏଫ କହିଛି।

Leave A Reply