www.samajalive.in
Sunday, December 7, 2025
14.1 C
Bhubaneswar

୧୨ରୁ ୧୩ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ବ୍ୟାଙ୍କକ୍‍!

ବ୍ୟାଙ୍କକ୍‍ : ଜୟବାୟୁ ପରିବର୍ତ୍ତନର କୁପ୍ରଭାବ ଧୀରେ ଧୀରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି। ଏବେ ଜୟବାୟୁ ପରିବର୍ତ୍ତନ ଏକ ଜଣାଶୁଣା ଶବ୍ଦରେ ପରିଣତ ହୋଇଛି। ବିଶ୍ୱ ଏଥିରେ ପୀଡ଼ିତ ପରିଲକ୍ଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ଆଉ ୧୨ର ୧୩ ବର୍ଷ ମଧ୍ୟରେ ସମୁଦ୍ରରେ ବିଲୀନ ହୋଇଯିବ ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନା ଅନୁସାରେ ତାପମାନ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ଥାନରେ ଜମି ରହିଥିବା ବଡ଼ ବଡ଼ ବରଫ ଖଣ୍ଡ ତରଳିବାରେ ଲାଗିଛି। ଫଳରେ ଦ୍ରୁତ୍‍ ଗତିରେ ସମୁଦ୍ରର ଜଳସ୍ତର ବଢୁଛି । ଯଦି ଏହି ସ୍ତରରେ ସମୁଦ୍ରର ଜଳସ୍ତର ବଢି ଚାଲିଥିବ ତେବେ ଆସନ୍ତା ୧୨ରୁ ୧୩ ବର୍ଷ ମଧ୍ୟରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ସୁମଦ୍ରରେ ବୁଡ଼ି ଯିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ୨୦୧୮ରେ ପୋଲାଣ୍ଡରେ ମିଳିତ ଜାତିସଂଘ ପକ୍ଷରୁ ଜୟବାୟୁ ପରିବର୍ତ୍ତନ ନେଇ ହେବାକୁ ଥିବା ସମ୍ମିଳନୀରେ ବ୍ୟାଙ୍କ୍‍କ୍‍ ପ୍ରସଙ୍ଗ ଉଠାଇବାକୁ ଥାଇଲାଣ୍ଡ ପ୍ରସ୍ତୁତି ଚଳାଇଛି। ଉଲ୍ଲେଖଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାନ ବୃଦ୍ଧି ପାଉଛି, ଘୂର୍ଣ୍ଣିଝଡ଼, ଲଘୁଚାପ ଜନିତ ପ୍ରବଳ ବର୍ଷା, ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏପଟେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ସନ୍ତସନ୍ତିଆ ଭୂମି ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ମାତ୍ର ୧.୫ ମିଟର ଉଚ୍ଚରେ ଅବସ୍ଥିତ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ବ୍ୟାଙ୍କକ୍‍ର ୪୦ରୁ ଅଧିକ ପ୍ରତିଶତ ଭୂଭାଗ ସମୁଦ୍ରରେ ବିଲୀନ ହୋଇଯିବ। ଗ୍ରୀନ୍‍ପିସ୍‍ର ଜଣେ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ପ୍ରତି ବର୍ଷ ବ୍ୟାଙ୍କକ୍‍ ୨ ସେଣ୍ଟିମଟର ଲେଖାଏଁ ବୁଡ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ସ୍ଥିତି ବିପଦ୍‍ଜନକ ହେବ ଓ ସମୁଦ୍ର ଏହାର ଏକ ବଡ଼ ଅଂଶକୁ ବୁଡ଼ାଇ ଦେବ। ସେହିପରି ଇଣ୍ଡୋନେସିଆ ରାଜଧାନୀ ଜାକାର୍ତା ଏବଂ ମନିଲା ପାଇଁ ବିପଦର ଘଣ୍ଟି ବାଜୁଛି। ଆଗାମୀ ଦିନରେ ଏହି ଦୁଇ ସହର ମଧ୍ୟ ସମୁଦ୍ର ଗର୍ଭକୁ ଚାଲିଯିବେ ବୋଲି ଆଶଙ୍କା କରାଯାଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories