www.samajalive.in
Saturday, December 6, 2025
15.1 C
Bhubaneswar

ହୃଦଘାତରେ ସରପଞ୍ଚଙ୍କ ମୃତ୍ୟୁ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଧୀନ କୁମ୍ଭାରମୁଣ୍ଡାକଟା ପଞ୍ଚାୟତର କାର୍ୟ୍ୟରତ ସରପଞ୍ଚ ଶୈଳବାଳା ନାଏକ (୪୫)ଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟିଛି । ସେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ୨୦୨୨ ମାର୍ଚ୍ଚ ୧୧ ତାରିଖରେ କାର୍ୟ୍ୟଭାର ଗ୍ରହଣ କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଞ୍ଚାୟତର ଜନସାଧାରଣ, ବ୍ଲକ ଅଧ୍ୟକ୍ଷା, ବିଡିଓ ଓ ବ୍ଲକ କର୍ମଚାରୀ ଗଣ ଏବଂ ରାଜନେତା ଗଣ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶେଷ ଦର୍ଶନ କରିଛନ୍ତି । ବାଙ୍ଗିରିପୋଷି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା. ଦେବାଶୀଷ ମାରାଣ୍ଡି ଶୈଳବାଳାଙ୍କ ବିୟୋଗରେ ମର୍ମାହତ ହେବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories