www.samajalive.in
Sunday, December 7, 2025
13.1 C
Bhubaneswar

ଖୋର୍ଦ୍ଧା-ବାଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ଦାବି ଆନ୍ଦୋଳନ ଜୋର ଧରିବାରେ ଲାଗିଛି । ପ୍ରକଳ୍ପକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ଏହାରି ମଧ୍ୟରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାର ସମୟ ଅତିକ୍ରାନ୍ତ କରିସାରିଲାଣି । ପ୍ରକଳ୍ପ ସଂପୂର୍ଣ୍ଣ ନେଇ ସାଧାରଣ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଙ୍କିବା ସହ ପଶ୍ଚିମ ଓଡ଼ିଶାର ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରେ ଏହା ପ୍ରବଳ ଜନ ଅସନ୍ତୋଷର ରୂପ ନେଲାଣି । ରେଳପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଏହି ଜିଲା ଗୁଡିକର ବୁଦ୍ଧଜିବୀ ଓ ସାଧାରଣ ନାଗରିକ ତୁରନ୍ତ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରାଯିବାକୁ ଲଢାଇ ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ତିନୋଟି ଜିଲାର ବୁଦ୍ଧଜିବୀଙ୍କୁ ନେଇ ଗଠିତ ଖୋର୍ଦ୍ଧା- ବାଲାଙ୍ଗିର ରେଳପଥ ସଂଘର୍ଷ ସମିତି ନେତୃତ୍ୱରେ ଏହି ଆରପାର ଲଢେଇ ଆରମ୍ଭ ହୋଇଛି ।

ଏହି ପ୍ରରିପ୍ରେକ୍ଷିରେ  ଶୁକ୍ରବାର ତିନୋଟି ଜିଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘର୍ଷ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି ଧାରଣା ସକାଳ ୯ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଦିଆଯାଇଥିଲା । ସୂଚନା ମୁତାବକ ୨୮୯ କିଲୋମିଟର ବିଶିଷ୍ଟ ଏହି ରେଳ ପ୍ରକଳ୍ପ ଗତ ୧୯୯୪ ମସିହାରେ ମଂଜୁରୀ ଲାଭ କରିଥିଲା ଏବଂ ବିଧିବଦ୍ଧ ଭାବେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇ ୧୫ ଲକ୍ଷ ଟଙ୍କା ବ୍ୟୟ ମଂଜୁରୀ କରାଯାଇଥିଲା  । ଏହାର ଚୂଡାନ୍ତ ରୋଡ୍‌ମ୍ୟାପ ୨୦୦୬ ମସିହାରେ ପ୍ରକାଶ ପାଇଥିଲା । ଏହାପରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗତ ତା ୨୦/୭/୨୦୧୫ ମସିହାରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଚୁକ୍ତି ମୁତାବକ ରାଜ୍ୟ ସରକାର ମାଗଣାରେ ସମସ୍ତ କିସମର ଜମି ଯୋଗାଇବା ସହ ନିର୍ମାଣ ଖର୍ଚ୍ଚର ଶତକଡା ୫୦ଭାଗ ମଧ୍ୟ ଯୋଗାଇ ଦେବେ ।

- Advertisement -

ଏହି କ୍ରମରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଯେତିକି ତତ୍ପରତା ଦେଖାଇବା କଥା ସେତିକି ପରିମାଣରେ ଦେଖାଉନଥିବାରୁ ଏହି ପ୍ରକଳ୍ପ ଶେଷ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପ୍ରକଳ୍ପ ଖୋର୍ଦ୍ଧା ଠାରୁ ଆରମ୍ଭ ହୋଇ ବର୍ତମାନ ଦଶପଲ୍ଲା ପର୍ଯ୍ୟନ୍ତ ଓ ବଲାଙ୍ଗିର ଠାରୁ ଆରମ୍ଭ ହୋଇ ବିଛୁପାଲି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ବୌଦ୍ଧ ଜିଲ୍ଲାରେ ମନମୁଣ୍ଡା ଠାରୁ ବଦଲା ପର୍ଯ୍ୟନ୍ତ ୧୧୨ କିମି ଯାଉଛି । ଜିଲ୍ଲାର ଚାରିଛକ ଠାରୁ ବାଣିଗୋଛା ପର୍ଯ୍ୟନ୍ତ ୫୯୫ ହେକ୍ଟର ଜଙ୍ଗଲ ଜମି ଏହି ପ୍ରକଳ୍ପ ମଧ୍ୟରେ ଆସୁଛି ଏବଂ ଏହି ଅଂଚଳରେ ହାତୀ ଚଲାପଥ ଓ ବନ୍ୟ ଜନ୍ତୁ ଅଭୟାରଣ୍ୟ ଆସୁଥିବାରୁ ପ୍ରାୟ ୭କିମି ସୁଡଙ୍ଗ ନିର୍ମାଣ ହେବବୋଲି ଜଣାପଡିଛି । କିନ୍ତୁ ଏହି ଜଙ୍ଗଲ ଜମି ମଧ୍ୟରେ ରେଳପଥ ନିର୍ମାଣ ପାଇଁ  ଅନୁମତି ଆଜି ଯାଏଁ ମିଳିପାରିନଥିବାରୁ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ।

ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବାସହ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରାଯାଉ ବୋଲି ସଂଘର୍ଷ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ତୁରନ୍ତ ଜଙ୍ଗଲ ମଧ୍ୟରେ ରେଳପଥ ନିର୍ମାଣ ପାଇଁ ଆବଶ୍ୟକୀୟ ଅନୁମୋଦନ କରି ମଂଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ପଠାଇଥିବା ଜଣାପଡିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହି ଲୁଚକାଳି ଖେଳ ମଧ୍ୟରେ ବହୁ ଆକାଂକ୍ଷିତ ଏହି ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି । ସଂଘର୍ଷ ସମିତିର ବୌଦ୍ଧଜିଲ୍ଲା ସଂଯୋଜକ ବିଶ୍ୱେଶ୍ୱର ପୃଷ୍ଟି ଏହି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଜିର ଧାରଣାସ୍ଥଳରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

ଜିଲାବାସୀ ସଚେତନ ହୋଇ ସଂଗ୍ରାମ ନକଲେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ଅସମ୍ଭବ ବୋଲି ପ୍ରକାଶ କରିଥିଲେ ।  ଏହି ଧାରଣା କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ସୁଧିର କୁମାର କର୍ଣ୍ଣ, ଶାନ୍ତନୁ ମହାପାତ୍ର, ଖୋର୍ଦ୍ଧା- ବାଲାଙ୍ଗିର ରେଳ କ୍ରିୟାନୁଷ୍ଠାନ କମିଟି ଆବାହକ ଦେବାଶୀଷ ପୁରୋହିତ, ଯୁବନେତା ଅବକାଶ ସାହୁ, କୋସଲ ନେତା ସୁବେଦାର ଲଲିତ କୁମାର ସାହୁ, ମାଗୁଣୀ ଗାଇଗୌରିଆ, ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ବିଶିକେସନ ପ୍ରଧାନ, ମହେଶ୍ୱର ପ୍ରଧାନ,  ମନୋରଂଜନ ଦାସ,ପ୍ରଦୋଷ ମିଶ୍ର, ଷଷ୍ଠ ପୁରୋହିତ, ଟୁନୁରାମ ଅଗ୍ରୱାଲା, ରଘୁନାଥ ଷଡଙ୍ଗୀ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡମ୍ବରୁ ଧର ଭୋଇ, ପ୍ରଶାନ୍ତ କୁମାର ମହାପାତ୍ର, ଯୁବ ଆଇନଜୀବୀ ଡୋଳାମଣୀ ପ୍ରଧାନଙ୍କ ସମେତ ବହୁ ବୁଦ୍ଧିଜିବୀ, ଶିକ୍ଷାବିତ ଓ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories