www.samajalive.in
Saturday, December 6, 2025
14.1 C
Bhubaneswar

ସ୍କୁଲରେ ପ୍ରାର୍ଥନା ବେଳେ ଛାତ୍ରୀଙ୍କ ମୃତ୍ୟୁ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ବନଶ୍ୱର ଲକ୍ଷ୍ମୀନାରାୟନ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ନବମ ଶ୍ରେଣୀର ଜଣେ ଛାତ୍ରୀ ପ୍ରାର୍ଥନା କରୁଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ମୃତ ଛାତ୍ରୀ ଜଣକ ହେଉଛନ୍ତି ରାଧାବଲ୍ଲଭପୁର ପଞ୍ଚାୟତ କାଇସାହି ଗ୍ରାମର ସଂଗ୍ରାମ ବେହୁରିହାଙ୍କ ବଡ଼ ଝିଅ ମନୀଷା ବେହୁରିହା ।

ଆଜି ଶନିବାର ଥିବାରୁ ମନୀଷା ସକାଳ ସମୟରେ ସ୍କୁଲକୁ ଆସିଥିଲେ । ସ୍କୁଲରେ ପ୍ରାର୍ଥନା କରିବାକୁ ଧାଡିରେ ଛିଡା ହୋଇଥିବା ସମୟରେ ବେହୋସ ହୋଇ ତଳେ ପଡିଯାଇଥିଲେ । ଫଳରେ ଶିକ୍ଷକ ମାନେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ବିଳମ୍ବ ହେବାରୁ ବାଇକରେ ତାଙ୍କୁ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

- Advertisement -

ତେବେ ଶିକ୍ଷକଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ମୃତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଞ୍ଚଳରେ ଆଲୋଚନା ହେଉଛି କି, ସ୍କୁଲ ଛାତରୁ ପଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସ୍କୁଲର ଶିକ୍ଷକ ଏହାକୁ ଖଣ୍ଡନ କରି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories