www.samajalive.in
Monday, December 8, 2025
13.1 C
Bhubaneswar

କଣ୍ଟେନର-ତେଲ ଟ୍ୟାଙ୍କର ଦୁର୍ଘଟଣା ; ଚାଳକ ଜୀବନ୍ତ ଦଗ୍ଧ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ କଣ୍ଟେନର ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁଁ ଘଟଣା ସ୍ଥଳରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘାଟି ରାସ୍ତାର ପ୍ରଥମ ବାଙ୍କ ନିକଟରେ ଉଭୟ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଚାଳକ ଜଣକ ବାହାରି ନପାରିବାରୁ ଘଟଣା ସ୍ଥଳରେ ହିଁ ଜଳି ଯାଇଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥାନରେ ପହଁଚି ବାଙ୍ଗିରିପୋଷି ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିବା ସହ ପୁଲିସ ତରଫରୁ ସ୍ୱଭାବିକ ଗାଡି ଚଳାଚଳ ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଅନ୍ୟପକ୍ଷେ ଟ୍ୟାଙ୍କର ଚାଳକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories