www.samajalive.in
Monday, December 15, 2025
24.1 C
Bhubaneswar

୨୦୨୪ ହେବ ଭାଗ୍ୟ ପରୀକ୍ଷା-ଆକ୍ରମଣାତ୍ମକ ମୁଦ୍ରାରେ କାର୍ତ୍ତିକ, ସୁଯୋଗ ଅପେକ୍ଷାରେ ଅପରାଜିତା,ଶରତଙ୍କ ପାଇଁ ଶେଷ ସୁଯୋଗ

ରାଜ୍ୟରେ ସକ୍ରିୟ ଥିବା ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ୨୦୨୪ ହେବ ଭାଗ୍ୟ ପରୀକ୍ଷାର ବର୍ଷ। କିଏ ଜିତିବ, କିଏ ହାରିବ ତାହା ତ ସମୟ କହିବ, କିନ୍ତୁ ନିର୍ବାଚନ ରଣାଙ୍ଗନରେ ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳିବ। ୨୪ ବର୍ଷ ଧରି କ୍ଷମତାସୀନ ବିଜେଡି ପାଇଁ ୨୦୨୪ ହେବ ନୂଆ ରେକର୍ଡ ସୃଷ୍ଟି କରିବାର ବର୍ଷ। ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି କଳେବଳେ ବାଜି ଜିତିବା ପାଇଁ ଲଢ଼େଇ କରିବ। ସେପଟେ ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ଏଥର ନିଜ ଗଡ଼ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। ଫଇସଲା ଭୋଟରଙ୍କ ହାତରେ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଏକ ଅନୁଶୀଳନ।

ଆକ୍ରମଣାତ୍ମକ ମୁଦ୍ରାରେ କାର୍ତ୍ତିକ

ରାଜ୍ୟ ପ୍ରଶାସନ, ରାଜନୀତି- ଏ କ୍ଷେତ୍ରରେ ଯଦି କିଏ ସବୁଠୁ ଅଧିକ ଚର୍ଚ୍ଚିତ ବ୍ୟକ୍ତି ଥାଏ ସେ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ସମସ୍ତେ ଭାବୁଥିଲେ କାର୍ତ୍ତିକଙ୍କୁ ହୁଏତ ଦଳର ପରବର୍ତ୍ତୀ ମୁଖ୍ୟ ଭାବେ ଘୋଷଣା କରାଯାଇପାରେ। ମାତ୍ର ସେ ଦଳ, ସରକାର-ପ୍ରଶାସକ-ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ବିଶ୍ବସ୍ତ, ପ୍ରମୁଖ କାର୍ଯ୍ୟବାହ ଭାବେ ସବୁକିଛିର ସୂତ୍ରଧର। ସବୁ ଦଳରେ ଏବେ ପ୍ରାକ୍‌ ନିର୍ବାଚନ କସରତ ଚାଲିଥିବାବେଳେ ବିଜେଡି-ବିଜେପି କଳି ଏବେ ସର୍ବାଗ୍ରେ ରହିଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଯେଉଁ ଢଙ୍ଗରେ ସମାଲୋଚନା କରୁଛନ୍ତି କାର୍ତ୍ତିକ ଏବେ ସେସବୁର ମୁକାବିଲା କରିବାକୁ ଯାଇ ପାଲଟା ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଲାଗୁଛି ବିଜେଡିରେ କାର୍ତ୍ତିକଙ୍କ ଆକ୍ରମଣ ଅନ୍ୟ ନେତାଙ୍କଠାରୁ ଅଧିକ ଶାଣିତ ରହୁଛି। ନିର୍ବାଚନ ବେଳକୁ ଦୁଇ ପ୍ରମୁଖ ଦଳ ଭିତର ଲଢ଼େଇ ହୁଏତ ଆହୁରି ରୋଚକ ଏବଂ ଆକ୍ରମଣାତ୍ମକ ହୋଇପାରେ। ବିରୋଧୀ ଦଳର ଆଗଧାଡ଼ି ନେତାଙ୍କୁ ଘେରିବା ପାଇଁ କାର୍ତ୍ତିକ ଏବେ ତତ୍ପର।

- Advertisement -

ଶରତଙ୍କ ପାଇଁ ଶେଷ ସୁଯୋଗ

 

ପିସିସି ସଭାପତି ଭାବେ ଦ୍ବିତୀୟ ଥର ପଦ ମଣ୍ଡନ କରିଥିବା ଶରତ ପଟ୍ଟନାୟକ ଏବେ ଖୁବ୍‌ ଉତ୍ସାହୀ ଥିବା ଲକ୍ଷ୍ୟ କରାଯାଉଛି। ବିଧାନସଭାରେ କଂଗ୍ରେସ ସଭ୍ୟ ସଂଖ୍ୟା ୯ରୁ ୯୦ କରିବା ପାଇଁ ଶରତଙ୍କ ଲକ୍ଷ୍ୟ ଏବେ ବେଶ୍‌ ଚର୍ଚ୍ଚାର ବିଷୟ। ଦଳ ଏ ସଂଖ୍ୟାରେ ପହଞ୍ଚିବ କି ନା ସେକଥା ସମୟ କହିବ, ମାତ୍ର ଶରତଙ୍କ ଉତ୍ସାହ ତାଙ୍କ ଶାରୀରିକ ଭାଷାରେ ପ୍ରତିଫଳିତ ହେଉନାହିଁ। କଂଗ୍ରେସ ସଙ୍ଗଠନ ରାଜ୍ୟର କୋଣ ଅନୁକୋଣରେ ରହିଛି। ମାତ୍ର ଠିକଣା ସ୍ଥିତିରେ ନାହିଁ କିମ୍ବା ଏପର୍ଯ୍ୟନ୍ତ ସଙ୍ଗଠନକୁ ଲଢ଼େଇ ସ୍ତରକୁ ଆଣିବା ଭଳି ପରିବେଶ ଲକ୍ଷ୍ୟ କରାଯାଉ ନାହିଁ। ଇତି ମଧ୍ୟରେ ପିସିସି ପ୍ରଭାରୀ ଦାୟିତ୍ବ ଅଜୟ କୁମାରଙ୍କ ଉପରେ ନ୍ୟସ୍ତ ଥିବାରୁ ଏବଂ ଆଗକୁ ରାହୁଳ ଓ ପ୍ରିୟଙ୍କା ତଥା ଅନ୍ୟାନ୍ୟ ଜାତୀୟସ୍ତରର ନେତାଙ୍କ ଓଡ଼ିଶା ଆଗମନର ଯୋଜନା ଥିବାରୁ କଂଗ୍ରେସ ପୁନଃକ୍ରିୟାଶୀଳ ହେବ ବୋଲି ସ୍ଥାନୀୟ ନେତା ଆଶା ବାନ୍ଧିଛନ୍ତି। କିନ୍ତୁ ଶରତ ତାଙ୍କ ପ୍ରାକ୍‌ ପ୍ରସ୍ତୁତିକୁ ସେତେ କଡ଼ାକଡ଼ି କରିପାରି ନାହାନ୍ତି। କଂଗ୍ରେସରେ ଥିବା ମହା ମହା ନେତା ଭିନ୍ନ ମତାବଲମ୍ବୀର ହୋଇଥିବାରୁ ସେମାନଙ୍କୁ ଗୋଟିଏ ମଞ୍ଚକୁ ଆଣି ଦଳକୁ ଶକ୍ତିଶାଳୀ କରିବା ଶରତଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ। ସେ ଆହ୍ବାନକୁ ସେ କିପରି ମୁକାବିଲା କରୁଛନ୍ତି ତାହା ସମସ୍ତେ ଅନୁଧ୍ୟାନ କରୁଛନ୍ତି।

ସୁଯୋଗ ଅପେକ୍ଷାରେ ଅପରାଜିତା

ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ ଏବଂ ପ୍ରଥମ ପାଳିରେ ଭୁବନେଶ୍ବର ସାଂସଦ ଭାବେ ଜିତିଥିବା ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ରାଜନୀତିରେ ଏବେ ଆଗଧାଡ଼ିର ଚର୍ଚ୍ଚିତ ନେତ୍ରୀ। ନବାଗତା ହେଲେ ବି ତାଙ୍କର ଇତି ମଧ୍ୟରେ ରାଜନୈତିକ ଅଭିଜ୍ଞତା ବଢ଼ିଛି ଏବଂ ଭୋଟ ଜିତିବାକୁ ହେଲେ ଲୋକଙ୍କ ସାଙ୍ଗରେ ସଦାବେଳେ ରହିବା ସହ ସେମାନଙ୍କ ସୁଖ ଦୁଃଖ ବୁଝିବାକୁ ପଡ଼ିବ ଏକଥାକୁ ସେ ବୁଝିଛନ୍ତି। ୨୦୧୯ର ବିଜୟ ପରେ ୨୦୨୪ ପାଇଁ ପ୍ରସ୍ତୁତି ଚଳାଇଥିବା ଅପରାଜିତା ରାଜ୍ୟ ରାଜନୀତିରେ ଆଗକୁ କିଛି ଗୁରୁତ୍ବପୂର୍ଣ୍ଣ ପଦପଦବୀ ମଣ୍ଡନ କରିବାର ସୁରାକ ମିଳୁଛି। କୁହାଯାଉଛି ବିଜେପି ନେତାମାନେ ଗୋଟିଏ ଛତା ତଳେ ନରହି ଏଣେତେଣେ ହେଉଥିବାରୁ ସବୁକଥାରେ ମତୈକ୍ୟ ରହୁ ନଥିବାରୁ, ମିଳିତ ଲଢ଼େଇରେ ଫାଙ୍କ ରହିଯାଉଛି। ଆଗକୁ ହୁଏତ ଅପରାଜିତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଓ କେନ୍ଦ୍ରରେ ବେଶ୍‌ ପ୍ରଭାବ ଥିବା ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଜୁଏଲ ଓରାମ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପର୍ଯ୍ୟନ୍ତ ନେତାଙ୍କୁ ଏକାଠି କରି ରାଜ୍ୟ ବିଜେପି ପ୍ରଭାରୀ କିଛି ନୂଆ ଯୋଜନା କରିପାରନ୍ତି। ତେବେ ସେ କ୍ଷେତ୍ରରେ ଅପରାଜିତାଙ୍କ ଏକ ବଡ଼ ଭୂମିକା ରହିବାର ସଙ୍କେତ ମିଳୁଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories