www.samajalive.in
Saturday, December 6, 2025
15.1 C
Bhubaneswar

୩ମାସ ହେଲା ସରୁନି ବିଡିଓ ଅଫିସ ଚାମ୍ବର ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ହରଭଙ୍ଗା ବିଡିଓଙ୍କ ଅଫିସ ଚାମ୍ବର କାର୍ଯ୍ୟ ଦୀର୍ଘ ୩ମାସ ହେଲା ସରିପାରୁନି। ଯାହାଫଳରେ ବିଡିଓ ବସିବା ପାଇଁ ଜାଗା ନପାଇ ଉପରତଳ ହେଉଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବିଡିଓଙ୍କ ଅଫିସ ଚ୍ୟାମ୍ବରର ନବକଳେବର ଏବଂ ସମ୍ପ୍ରସାରଣ କାର୍ଯ୍ୟ ନିର୍ମାଣାଧିନ ରହିଛି। ଏହି କାର୍ଯ୍ୟ ଚାଲୁଯୋଗୁଁ ବିଡିଓ ବସିବା ପାଇଁ ହଇରାଣ ହେଉଛନ୍ତି। କିଛିଦିନ ହେଲା ତଳେଥିବା ଫାଇଭ-ଟି କକ୍ଷରେ ବସି କାମଧନ୍ଦା କରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ସେଠାରେ କୌଣସି ଅସୁବିଧା ହେବାରୁ ପୁଣି ଉପର ମହଲାରେ ଥିବା କନଫରେନ୍ସ ହଲରେ ବସି ଏବେ ସେ କାମଧନ୍ଦା କରୁଥିବା ଦେଖିବାକୁ ମିଳୁଛି। ନିର୍ମାଣ କାର୍ଯ୍ୟ ସରିପାରୁନଥିବାରୁ ବିଡିଓ କେତେବେଳେ ତଳେ ତ ଆଉ କେତେବେଳେ ଉପରେ ବସି ଉପରତଳ ହୋଇ ହଇରାଣ ଭୋଗୁଛନ୍ତି।

ଅନ୍ୟପଟେ ବିଡିଓଙ୍କ ପାଖକୁ ଅଭିଯୋଗ ପାଇଁ ଆସୁଥିବା ସାଧାରଣ ଲୋକେ ତାଙ୍କୁ ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଏଭଳି ସମସ୍ୟା ଯୋଗୁଁ ବିଡିଓ ହଇରାଣ ହେଉଥିବାବେଳେ ବସିବା ପାଇଁ ଜାଗା ନ ଥିବାରୁ ଲୋକେ ବି ତାଙ୍କୁ ନପାଇ ହଇରାଣ ଭୋଗୁଛନ୍ତି। ତୁରନ୍ତ ଚାମ୍ବର ନିର୍ମାଣ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories