www.samajalive.in
Saturday, December 6, 2025
15.1 C
Bhubaneswar

ବାଂଲାଦେଶ ମହିଳା କ୍ରିକେଟର୍‌ଙ୍କ ବିବାହ ଫଟୋକୁ ନେଇ ଚର୍ଚ୍ଚା

ଢାକା: ବାଂଲାଦେଶ ମହିଳା କ୍ରିକେଟର୍‌ ସଂଜିଦା ବିବାହ ସରିବା ପରେ କ୍ରିକେଟ୍‌ ପଡ଼ିଆରେ ଫଟୋସୁଟ୍‌ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ସଂଜିଦାଙ୍କ ଏପରି ଫଟୋସୁଟ୍‌କୁ ନେଇ ବର୍ତ୍ତମାନ କ୍ରିକେଟ୍‌ପ୍ରେମୀଙ୍କ ମହଲରେ ବେଶ୍‌ ଚର୍ଚ୍ଚା ହେଉଛି।
ରାଙ୍ଗପୁର ବାସିନ୍ଦା ସଂଜିଦା କିଛିଦିନ ତଳେ ମିମ୍‌ ମୋସାଡେକ୍‌ଙ୍କୁ ବିବାହ କରିଥିଲେ। ବିବାହ ପୋଷାକ, ଗହଣା ପିନ୍ଧି ସଂଜିଦା କ୍ରିକେଟ୍‌ ବ୍ୟାଟ୍‌ ଧରି ପଡ଼ିଆକୁ ଓହ୍ଲାଇଥିଲେ। ସେ ପଡ଼ିଆରେ କଭର ଡ୍ରାଇଭ୍‌, ପୁଲ୍‌ ସଟ୍‌ ଆଦି ପୋଜ୍‌ରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ୨୪ ବର୍ଷୀୟା ସଂଜିଦାଙ୍କ ଫଟୋ ଭାଇରାଲ୍‌ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଟ୍ବିଟ୍‌ କରାଯାଇ କ୍ରିକେଟର୍‌ଙ୍କ ବିବାହ ଫଟୋସୁଟ୍‌ ଏପରି ହେବା ଖୁବ୍‌ ଭଲ ବୋଲି ଲେଖାଯାଇଛି।

ସଂଜିଦା ୨୦୧୨ ଅଗଷ୍ଟରେ ଆୟରଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ନିଜ ଅନ୍ତର୍ଜାତୀୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୧୮ରେ ମହିଳା ଏସିଆ କପ୍‌ ଚମ୍ପିଆନ୍‌ ବାଂଲାଦେଶ ଦଳର ସେ ସଦସ୍ୟା ଥିଲେ। ଡାହାଣହାତୀ ବ୍ୟାଟିଂ କରୁଥିବା ସଂଜିଦା ବର୍ତ୍ତମାନ ସୁଦ୍ଧା ୧୬ଟି ଦିନିକିଆ ଓ ୫୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୭୪ ଓ ୫୨୦ ରନ୍‌ ସଂଗ୍ରହ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories