www.samajalive.in
Saturday, December 6, 2025
23.1 C
Bhubaneswar

ହଜିଯାଇଥିଲେ ମିଳିବ ‘ଡୁପ୍ଲିକେଟ୍‌’ ଏସ୍‌ଏଲ୍‌ସି

ଭୁବନେଶ୍ବର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନକଲ(ଡୁପ୍ଲିକେଟ୍‌) କଲେଜ ଲିଭିଙ୍ଗ ସାର୍ଟିଫିକେଟ୍‌ ଓ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ୍‌(ଏସ୍‌ଏଲ୍‌ସି) ମିଳିପାରିବ। କୌଣସି କାରଣ ଯୋଗୁଁ ଏହି ସାର୍ଟିଫିକେଟ୍‌ ହଜିବା କିମ୍ବା ନଷ୍ଟ ହେବା ଭଳି ସ୍ଥିତି ଉପୁଜିଲେ ସେ କ୍ଷେତ୍ରରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଉକ୍ତ ବିଦ୍ୟାର୍ଥୀଙ୍କୁ ସିଏଲ୍‌ସି ଓ ଏସ୍‌ଏଲ୍‌ସି ନକଲ ପ୍ରଦାନ କରିବେ। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦେଶ ପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ପାଳନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କ ଜରିଆରେ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ସମୟରେ କୌଣସି କାରଣରୁ ସିଏଲ୍‌ସି ହଜିବା ଦ୍ବାରା ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ ସିଏଲ୍‌ସି ଓ ଏସ୍‌ଏଲ୍‌ସି ହଜିବାର ନିର୍ଦିଷ୍ଟ କାରଣ ଦର୍ଶାଇ ନକଲ ସାର୍ଟିଫିକେଟ୍‌ ନେଇପାରିବେ।
ତେବେ ଏଥିପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଆବେଦନକାରୀ ବିଦ୍ୟାର୍ଥୀ ସତ୍ୟପାଠ(ଆଫିଡେଭିଟ୍‌) ଦାଖଲ କରିବେ। ତେବେ କୌଣସି ବିଦ୍ୟାର୍ଥୀ ନକଲି ସାର୍ଟିଫିକେଟ୍‌ ନେଇ ଦୁଇଆଡେ ପଢିବା ଭଳି ଅପବ୍ୟବହାର କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପବ୍ୟବହାର କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ସହ କଠୋର ଦଣ୍ଡବିଧାନ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories