www.samajalive.in
Friday, December 5, 2025
20.1 C
Bhubaneswar

ପାର୍ବଣରେ କଟକଣା ବାଟବଣା; ରହୁନି ସାମାଜିକ ଦୂରତା, ପ୍ରଶାସନ ନିରବଦ୍ରଷ୍ଟା

ଭୁବନେଶ୍ବର: କରୋନା ଟିକା ନଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ କରିବା ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନତାଙ୍କୁ କୋଭିଡ-୧୯ କଟକଣା କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଛନ୍ତି। ପାର୍ବଣ ସମୟରେ ଘରେ ରହିବା ସହ ସାମାଜିକ ଦୂରତା ପାଳନ କରିବାକୁ ପ୍ରଶାସନ ବାରମ୍ବାର କହୁଥିଲେ ମଧ୍ୟ ଗୁରୁବାର ସନ୍ଧ୍ୟାରେ ମାର୍କେଟ୍‌ ବିଲ୍ଡିଂର ଚିତ୍ର ଥିଲା ଆଶ୍ଚର୍ଯ୍ୟଜନକ। ଭିଡ଼ ଦେଖି କଟକଣା ବାଟବଣା ହୋଇଥିବା ବାରି ହୋଇପଡୁଥିଲା।
ମାର୍କେଟରେ କିଣାକିଣି କରିବାକୁ ଲୋକ ପ୍ରବଳ ଭିଡ଼ କରିଥିବାବେଳେ କୋଭିଡ୍-୧୯ କଟକଣା ପାଳନ ହୋଇ ନଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଓ କମିସନରେଟ୍ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ପ୍ରଶାସନ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ପାର୍ବଣ ପାଇଁ କିଣିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହିନଥିବାବେଳେ ବହୁ ବ୍ୟକ୍ତି ମାସ୍କ ମଧ୍ୟ ପରିଧାନ କରିନାହାନ୍ତି। ରାଜ୍ୟରେ କରୋନା ସ୍ଥିତି ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାବେଳେ ପୂର୍ବାପେକ୍ଷା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଛି। ତେବେ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂରେ ଗୁରୁବାର ସନ୍ଧ୍ୟାର ସ୍ଥିତିକୁ ଦେଖିଲେ କୋଭିଡ-୧୯ ନିୟମାବଳୀ ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି। ଏହାଦ୍ବାରା ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ବିଏମ୍‌ସି ଓ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories