www.samajalive.in
Saturday, December 6, 2025
14.1 C
Bhubaneswar

ବାଇକକୁ ଧକ୍କା ଦେଲା ହାଇୱା: ଜଣେ ମୃତ, ଦୁଇ ଗୁରୁତର

ବଣାଇଁ: ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଶନିବାର ରାତି ପ୍ରାୟ ୮ଟା ବେଳେ ଏକ ହାଇୱା ଗୋଟିଏ ବାଇକକୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୮ଟା ସମୟରେ କେନ୍ଦ୍ରିକଳା ପଞ୍ଚାୟତ ଅଲେଖପୁର ଗ୍ରାମର ଅଶୋକ କୁମାର ପାତ୍ର(୩୪) ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହିତ କୌଣସି କାମରେ ନିଜ ଗାଁରୁ ବଣାଇଁ ଆସୁଥିଲେ। ଏହି ସମୟରେ କେନ୍ଦ୍ରିକଳା ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ପାଖରେ ସେମାନଙ୍କ ବାଇକକୁ ଏକ ହାଇୱା ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ୩ ଜଣ ବାଇକରୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଖବର ପାଇ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଅଶୋକ କୁମାର ପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ବଣାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏଥିସହ ଫେରାର ଥିବା ଗାଡିର ସନ୍ଧାନ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories