ଆଜି ଭାରତ ବନ୍ଦ: ବିଭିନ୍ନ ପରୀକ୍ଷା ବାତିଲ

0

କଟକ: ଆଜି ସାରା ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଛି ।ଜାତି ଭିତିକ ସଂରକ୍ଷଣକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ୧୦ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଏପ୍ରିଲ ୨୦ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଏପ୍ରିଲ ୨ ତାରିଖରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ବିଭିନ୍ନ ଦଳିତ ସଂଗଠନ ବନ୍ଦ ଡାକରା ଦେଇଥିଲେ । ଏଥିପାଇଁ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପରୀକ୍ଷା ବାତିଲ କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜିର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛି ।

Leave A Reply