www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଥମ ବ୍ୟବସାୟିକ ଯାତ୍ରା ଆରମ୍ଭ କଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମଧ୍ୟମ ହାଇସ୍ପିଡ୍‍ ଟ୍ରେନ୍‍ ‘ବନ୍ଦେ ଭାରତ’ ଏକ୍ସପ୍ରେସ ରବିବାରଠାରୁ ଏହାର ପ୍ରଥମ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛି। ଶନିବାର ଟ୍ରେନଟି ବାରାଣସୀରୁ ନୂଆଦିଲ୍ଲୀ ଆସିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଫଳରେ ରବିବାରର ପ୍ରଥମ ବ୍ୟବସାୟିକ ଯାତ୍ରା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ରବିବାର ସକାଳେ ଟ୍ରେନଟି ନୂଆଦିଲ୍ଲୀରୁ ବାରାଣସୀକୁ ଯାତ୍ରା କରିଛି। ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନରେ ଯାତ୍ରା କରିବା ଲାଗି ଆଗାମୀ ଦୁଇ ସପ୍ତାହ ପାଇଁ ଯାତ୍ରୀମାନେ ଟିକେଟ ବୁକିଂ କରିସାରିଛନ୍ତି। ଆପଣମାତ୍ର ମଧ୍ୟ ଆଜି ନିଜ ନିଜ ଟିକେଟ ବୁକ୍‌ କରନ୍ତୁ ବୋଲି ଗୋୟଲ ଟୁଇଟ୍‌ କରିଛନ୍ତି। ଅନ୍ୟପଟେ ଗତ ଶନିବାର ଦିନ ଟ୍ରେନ ବାରାଣସୀରୁ ଦିଲ୍ଲୀ ଆସୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ଟୁଇଟ କରିଛନ୍ତି ଯେ, ‘ମୋଦୀ ଜୀ ମୁଁ ଭାବୁଛି ମେକ ଇନ୍‌ ଇଣ୍ଡିଆକୁ ସଫଳ ଭାବେ କାର୍ଯ୍ୟ କରିବାକୁ ହେଲେ ପୁନର୍ବାର ଗଭୀର ଭାବେ ଚିନ୍ତା କରିବା ଉଚିତ। ଅଧିକାଂଶ ଲୋକ ଭାବୁଛନ୍ତି ଏହା ବିଫଳ ହୋଇଛି। ଏହା କିପରି ସଫଳ ହେବେ ସେନେଇ କଂଗ୍ରେସ ଅତ୍ୟନ୍ତ ଚିନ୍ତାଶୀଳ ରହିଛି’। ଏହାର ପ୍ରତ୍ୟୁତ୍ତରରେ ରେଳମନ୍ତ୍ରୀ ଗୋୟଲ କହିଛନ୍ତି, ରାହୁଲ ଭାରତୀୟ ଯନ୍ତ୍ରୀମାନଙ୍କ କଠିନ ପରିଶ୍ରମ ଏବଂ ସେମାନଙ୍କ ଜ୍ଞାନକୌଶଳକୁ ସମାଲୋଚନା କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories