ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ବାଣପୁର: ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଜଣେ ଶିକ୍ଷକ ଗିରଫ ପରେ ଜେଲ ଯାଇଛନ୍ତି। ଅଭିଯୋଗ ମୁତାବକ, ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଣୀ ନାୟକ(ଛଦ୍ମନାମ) ଷଷ୍ଠଶ୍ରେଣୀର ଛାତ୍ରୀଙ୍କୁ ଏକୁଟିଆ ଶ୍ରେଣୀରେ ଥିବାବେଳେ ଉକ୍ତ ଶିକ୍ଷକ ପ୍ରଦୀପ କୁମାର ସେଠୀ ପହଞ୍ଚି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ପାଟି କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ଶିକ୍ଷକ ପ୍ରଦୀପ କୁମାର ସେଠୀ ।
ଛାତ୍ରୀ ଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଲିଖିତଭାବେ ଜଣାଇଥିଲେ । ପୁଲିସ ଅଭିଯୁକ୍ତ ପ୍ରଦୀପକୁ ଥାନାକୁ ଆଣି ପଚରାଉଚରା କରି ଏକ ମାମଲା ରୁଜୁ କରିଥିବାବେଳେ ଭୁବନେଶ୍ଵର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କୁ ଭୁବନେଶ୍ବର ଝାରପଡା ଜେଲକୁ ପଠାଇଦିଆଯାଇଛି।
Comments are closed.