କଦଳୀ କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ ବରଂ ଏହାର ଫେସ ପ୍ୟାକ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚାର ଚମକ ବୃଦ୍ଧି ପାଇଥାଏ। କଦଳୀକୁ ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରକାର ଫେଓ ପ୍ୟାକ ପ୍ରସ୍ତୁତ କରିହେବ। ଜାଣନ୍ତୁ….
୧- କଦଳୀକୁ ଭଲ ଭାବେ ଚକଟି ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
୨- କଦଳୀକୁ ଭଲ ଭାବେ ଚକଟି ଏଥିରେ ଅଳ୍ପ ଅଲିଭ ଅଏଲ କିମ୍ବା ବାଦାମ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖି ଧୋଇ ଦିଅନ୍ତୁ।
୩- କଦଳୀକୁ ଭଲ ଭାବେ ଚକଟି ୧ ଚାମଚ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକ ବୃଦ୍ଧି କରିବା ସହ କୋମଳ କରିଥାଏ। ଶୁଷ୍କ ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ।
୪- କଦଳୀକୁ ଭଲ ଭାବେ ଚକଟି ଏଥିରେ ସମାନ ମାତ୍ରାରେ ଖିର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଲାଭଦାୟକ।
୫ – କଦଳୀକୁ ଭଲ ଭାବେ ଚକଟି ଏଥିରେ ଅଳ୍ପ ଅଟା ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ।



