ତଳେ ବସି ପିଲାଙ୍କ ସହିତ ମଧ୍ୟାହ୍ନଭୋଜନ ଖାଇଲେ ଉପଜିଲାପାଳ
ବଣାଇ : ବଣାଇ ଉପଜିଲାପାଳ ଭାବେ ନିକଟରେ କାର୍ଯ୍ୟରେ ଯୋଗଦାନ କରିଥିବା ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ୟେଦୁଲ୍ଲା ବିଜୟ ଆଜି ବଣାଇ ବ୍ଲକ ବନେଇକଲା ପଂଚାୟତ ଅନ୍ତର୍ଗତ ବଡଗାଁ ପ୍ରକଳ୍ପ ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ସେ ବିଦ୍ୟାଳୟରେ ପହଂଚି ଦୀର୍ଘ ୪ ଘଂଟାରୁ ଊର୍ଦ୍ଧ୍ବ ପିଲାଙ୍କ ସହ ତଳେ ବସିବା ସହ ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଖାଦ୍ୟର ମାନ ପରଖିଥିଲେ । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଭଲମଣିଷ ହେବା ପାଇଁ ପରାମର୍ଶ ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଖାଦ୍ୟର ମାନ ବଜାୟ ରଖି ଛାତ୍ରଛାତ୍ରୀମାନଙ୍କୁ ଠିକଭାବେ ପାଠ୍ୟଦାନ କରିବାକୁ ପରାମର୍ଶ ଦେଇଥିଲେ । ଉପଜିଲାପାଳଙ୍କ ଏହି ପରିଦର୍ଶନ ଶିକ୍ଷକମାନଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ସାଧାରଣରେ ଉପଜିଲାପାଳଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।