www.samajalive.in
Monday, December 15, 2025
26.1 C
Bhubaneswar

୭୨ତମ ବନ ମହୋତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ନିୟନ୍ତ୍ରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଲ୍ୟାଣସିଂପୁର ଇ୪ର୍ଥ ସିଆରପିଏଫ କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ କ୍ରିଷ୍ଣା ରାଓ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନଵାନ ହେଵା ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଏହି ମହାମାରୀ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ ।

ଏହି କାର୍ୟ୍ୟକ୍ରମରେ ବନ ବିଭାଗର ବନପାଳ ଦୀନବନ୍ଧୁ ଶବର, ଏନ ଡି ଶର୍ମା, ନରେଶ କୁମାର ପଟ୍ଟନାୟକ ଓ ବନରଖି ସମସ୍ତ କର୍ମଚାରୀଙ୍କ ସହ ଡାକ୍ତର ଚିନ୍ମୟ ଲିମା, କଲ୍ୟାଣସିଂପୁର ଥାନା ପୁଲିସ, ସିଆରପିଏଫ ଯବାନ, ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏଥିରେ ପ୍ରାୟ ୬୦ଟି ଔଷଧିୟ, ଛାୟା ବୃକ୍ଷ ରୋପଣ କରାଯାଇଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories