www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନୀ କଳାକାରଙ୍କୁ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ ଓ ସଙ୍ଗୀତ ପରିବେଷଣ ନିଷେଧ!

ମୁମ୍ବାଇ ..- ପାକିସ୍ତାନରୁ ଭାରତ ଆସି ବିଭିନ୍ନ କଳାକାର  ଚଳଚ୍ଚିତ୍ରରେ ଅଭିନୟ କରି ଓ ଗୀତ  ଗାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣପରେ ପାକିସ୍ତାନର ସମସ୍ତ କଳାକାରଙ୍କୁ ଭାରତୀୟ ସିନେମାରେ ଅଭିନୟ ଓ ସଙ୍ଗୀତ ପରିବେଷଣ ନିଷେଧ କରିବା ପାଇଁ ପଶ୍ଚିମ ଭାରତ ଚଳଚ୍ଚିତ୍ର  କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି । ଏହାର ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ ଏହି ସୂଚନା ଦେଇଛନ୍ତି ।

ପାକିସ୍ତାନର ସମସ୍ତ କଳାକାରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଥିବା ପଣ୍ଡିତ କହିଛନ୍ତି । କୌଣସି ପ୍ରଯୋଜକ କିମ୍ବା ନିର୍ଦେଶକ ପାକିସ୍ତାନ କଳାକାରଙ୍କୁ ତାଙ୍କ ଚଳଚ୍ଚିତ୍ରରେ କାମ କରିବା ପାଇଁ ସୁଯୋଗ ଦେଲେ ଏଫ୍‌ଡବ୍ଲୁଆଇସିଇ ଏହାକୁ ବିରୋଧ କରିବା ସହ ତାଙ୍କୁ କୌଣସି ପ୍ରକାର ସହଯୋଗ ଯୋଗାଇ ଦେବାନାହିଁ ବୋଲି କହିଛି । କିଛି ସଙ୍ଗୀତ ପ୍ରସ୍ତୁତକାରୀ କମ୍ପାନୀ ପାକିସ୍ତାନୀ କଳାକାରମାନଙ୍କ ସହ କାମ କରିବା ପାଇଁ ଆଗ୍ରହ ଦେଖାଉଥିବା ଅଶୋକ କହିଛନ୍ତି । ଏହି କମ୍ପାନୀମାନଙ୍କୁ କୌଣସି ଲଜ୍ୟା ଲାଗୁ ନଥିବା ବେଳେ ଏଫ୍‌ଡବ୍ଲୁଆଇସିଇ ସେମାନଙ୍କୁ କୌଣସି ପ୍ରକାରେ ସହଯୋଗ କରିବ ନାହିଁ ବୋଲି ସେ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories