www.samajalive.in
Sunday, December 7, 2025
14.1 C
Bhubaneswar

ହୁକା ଉପରେ ଲାଗିଲା ପ୍ରତିବନ୍ଧକ; ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର ଦଣ୍ଡ

ବେଙ୍ଗାଲୁରୁ: ହୁକା ଉପରେ ଲାଗିଲା ପ୍ରତିବନ୍ଧକ। ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର। ତୁରନ୍ତ ପ୍ରଭାବ ସହିତ ହୁକାର ବିକ୍ରୟ, କ୍ରୟ ଏବଂ ପ୍ରୋତ୍ସାହନ ଉପରେ ପ୍ରତିବନ୍ଧକ ଲଗାଯାଇଛି। କର୍ଣ୍ଣାଟକର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛି। ସମସ୍ତ ପ୍ରକାର ହୁକା ଉତ୍ପାଦର ବିକ୍ରୟ, ସଂରକ୍ଷଣ, ବିଜ୍ଞାପନ ଏବଂ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ରାଜ୍ୟ ସରକାରଙ୍କ ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସିଓଟିପିଏ(ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩), ଶିଶୁ ଯତ୍ନ ଏବଂ ସୁରକ୍ଷା ଆଇନ ୨୦୧୫, ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ଅଧିନିୟମ ୨୦୦୬, କର୍ଣ୍ଣାଟକ ପଏଜନ୍‌(ସଂରକ୍ଷଣ ଏବଂ ବିକ୍ରୟ) ନିୟମ ୨୦୧୫ ଏବଂ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ମାମଲା ରୁଜୁ କରାଯିବ।

- Advertisement -

ସରକାରଙ୍କ କହିବାନୁସାରେ, ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି। ସରକାରୀ ଆଦେଶରେ ସେହିସବୁ ଅଧ୍ୟୟନ ଉପରେ ମଧ୍ୟ ଆଲୋକପାତ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, କିଭଳି ୪୫ ମିନିଟର ହୁକା(ଧୂମପାନ) ୧୦୦ ସିଗାରେଟ ଟାଣିବା ସହିତ ସମାନ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏଠାରେ ସୂଚନାଯୋଗ୍ୟ, କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କିଛି ଦିନ ପୂର୍ବରୁ ହିଁ ହୁକ୍କା ଉପରେ ପ୍ରତିବନ୍ଧକ ଲାଗିବା ନେଇ ସଂକେତ ଦେଇଥିଲେ।

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories