www.samajalive.in
Saturday, December 6, 2025
23.1 C
Bhubaneswar

ବରଫରୁ ଲାଗିପାରେ ନିଆଁ ; ଜାଣନ୍ତୁ କେମିତି ଲାଗେ ବରଫରୁ ନିଆଁ..

ନିଆଁ ଲଗାଇବାକୁ ସାଧାରଣତଃ କାଗଜ, କାଠ, ଦିଆସିଲି ବ୍ୟବହାର ହୋଇଥାଏ। ମାତ୍ର ଯଦି କେହି କୁହନ୍ତି ଯେ ବରଫରୁ ମଧ୍ୟ ନିଆଁ ଜଳା ଯାଇପାରିବ ,ଏହା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହ ମଜାରେ ନେଇଥାଆନ୍ତି। ମାତ୍ର ବିଜ୍ଞାନ ଅନୁଯାୟୀ, ବରଫ ଦ୍ୱାରା ମଧ୍ୟ ନିଆଁ ଜଳା ଯାଇପାରିବ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବରଫରୁ କିଭଳି ନିଆଁ ଜଳା ଯାଇପାରିବ, ଏହାର ରହସ୍ୟ ୬ଷ୍ଠ ଶ୍ରେଣୀ ବିଜ୍ଞାନ ବହିରେ ରହିଛି। ଖାଲି ସେହି ରହସ୍ୟକୁ ବୁଝିବାର ଆବଶ୍ୟକତା ରହିଛି। ବରଫ ସମ୍ପୂର୍ଣ୍ଣ ସଫା ସହ ଏହା ଆଦୌ ଅପରିଷ୍କାର ନହେବା ଆବଶ୍ୟକ।
ଅଧିକାଂଶ ଲୋକେ ପିଲାବେଳେ ଏକ କାଚ ନେଇ ଏହା ମାଧ୍ୟମରେ ସୂର୍ଯ୍ୟଙ୍କ ରଶ୍ମୀକୁ ଦେଖି ତଳେ କାଗଜ ରଖି ନିଆଁ ଲଗାଯାଇଥାଏ। ବିଜ୍ଞାନରେ ଏହାକୁ ଉତ୍ତଳ ଦର୍ପଣ ବୋଲି କୁହାଯାଏ। ଏହି କାଚର ମଝି ଅଂଶ ମୋଟା ଓ କଡ ଅଂଶ ପତଳା। ଉତ୍ତଳ ଦର୍ପଣରେ ପଡୁଥିବା ସୂର୍ଯ୍ୟ କିରଣ କାଚରେ ପଡିବା ପରେ ରଶ୍ମି ବାହାରକୁ ଯିବା ପରେ ଏକ ସ୍ଥାନରେ କେନ୍ଦ୍ରିତ ହୋଇ ରହିଥାଏ। କିଛି ସମୟରେ ଗୋଟିଏ ସ୍ଥାନରେ ରଶ୍ମି ରହିବା ଦ୍ୱାରା ଏଥିରୁ ସୃଷ୍ଟି ହେଉଥିବା ଅଧିକ ତାପ କାରଣରୁ ପ୍ରଥମେ କାଗଜରୁ ଧୂଆଁ ବାହାରିବା ପରେ ନିଆଁ ଜଳିଥାଏ।
ତେବେ ବର୍ତ୍ତମାନ ଚିନ୍ତା କରୁଥିବେ ବରଫରୁ କେମିତି ନିଆଁ ଜଳା ଯାଇପାରିବ। ସମ୍ପୂର୍ଣ୍ଣ ସଫା ବରଫ ଉତ୍ତଳ ଦର୍ପଣ ଭଳି କାର୍ଯ୍ୟ କରିଥାଏ। ଏହି ବରଫକୁ ଉତ୍ତଳ ଦର୍ପଣ ଭଳି ଆକାର ଦେଇ ଏହା ମଧ୍ୟ ଦେଇ ସୂର୍ଯ୍ୟ ରଶ୍ମି ଅତିକ୍ରମ କରାଯାଏ,ଯେଉଁଠାରେ କେନ୍ଦ୍ରିତ ହୋଇ ରହିବ ସେଠାରେ ନିଆଁ ଜଳାଯାଇପାରିବ। ଏଥିପାଇଁ ଏକ ଲେନ୍ସ ଆକାର ଭଳି ପାତ୍ର ନେଇ ପାଣି ଭର୍ତ୍ତି କରି ଫ୍ରିଜରେ ରଖି ବରଫ ଜମା କରନ୍ତୁ। ଏହାପରେ ଏହାକୁ କାଢି କାଗଜ ରଖି ବରଫ ମଧ୍ୟରେ ସୂର୍ଯ୍ୟରଶ୍ମିକୁ କେନ୍ଦ୍ରିତ କରାନ୍ତୁ (ଉତ୍ତଳ ଦର୍ପଣ) ଭଳି। କିଛି ସମୟ ମଧ୍ୟରେ ହିଁ କାଗଜରେ ନିଆଁ ଜଳିବ।
ଏଥିପାଇଁ କେବଳ ସଫା ପାଣି ହିଁ ବ୍ୟବହାର କରିବେ। ପାଣିକୁ ପ୍ରଥମେ ଫୁଟାଇ ଏହାକୁ ଥଣ୍ଡା କରିବା ପରେ ବରଫରେ ପରିଣତ କରି ମଧ୍ୟ ବ୍ୟବହାର କରି ପାରିବେ। ଏହା ବ୍ୟତୀତ ବଜାରରୁ ମଧ୍ୟ ସଫା ବରଫ ଖଣ୍ଡ କିଣି ଆଣି ପାରିବେ। ବରଫକୁ ଲେନ୍ସର ଆକାର ଦିଅନ୍ତୁ। ଏଥିପାଇଁ ଛୁରୀ ଦ୍ୱାରା ବରଫର ଉପର ଅଂଶକୁ ଘସି ଆକାର ଦେଇପାରିବେ।
ଲେନ୍ସ ଯେତେ ବଡ ହେବ ସେତେ ଭଲ। ଫଳରେ ସୂର୍ଯ୍ୟଙ୍କ ରଶ୍ମି ଅଧିକରୁ ଅଧିକ କେନ୍ଦ୍ରିତ ହୋଇପାରିବ। ଲେନ୍ସ ୨ ଇଞ୍ଚ ମୋଟା ଓ ୬ ଇଞ୍ଚ ବ୍ୟାସରୁ ଅଧିକ ହେଲେ ନିଆଁ ଜଳାଇବା ପାଇଁ ଅଧିକ ସହଜ ହେବ।
ବରଫ ଦ୍ୱାରା ଏହି ଲେନ୍ସ ତିଆରି ହେବା ପରେ ଏକ ଶୁଖିଲା ଘାସ ନିଅନ୍ତୁ। ଏହାପରେ ଲେନ୍ସ ମାଧ୍ୟମରେ ସୂର୍ଯ୍ୟଙ୍କ ରଶ୍ମିକୁ କେନ୍ଦ୍ରିତ କରନ୍ତୁ। ତେବେ ଧ୍ୟାନ ଦିଅନ୍ତୁ, ବରଫକୁ ଏଭଳି ଭାବେ ରଖନ୍ତୁ ଯେ ଏହା ତରଳିବାକୁ ଆରମ୍ଭ ହେବା ପରେ ଏହାର ପାଣି ଘାସ ଉପରେ ଯେପରି ନପଡିବ। କିଛି ସମୟ ପରେ ଘାସରୁ ଧୂଆଁ ବାହାରିବା ପରେ ନିଆଁ ଜଳିବ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories