www.samajalive.in
Saturday, December 6, 2025
16.1 C
Bhubaneswar

କରଡା ଘାଟିରେ ଦୁର୍ଘଟଣା: ୩ ମୃତ, ୭ ଗୁରୁତର

ଜି.ଉଦୟଗିରି: ରାଇକିଆ କରଡା ଘାଟିରେ ଆଜି ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ରାଇକିଆ ଥାନା ଦିଗୀ ଅଞ୍ଚଳରୁ ଏକ ଗାଡିରେ ୯ ଜଣ ଯୁବକ ସୋରୋଡା ଅଞ୍ଚଳର ଦାନ୍ତିଲିଙ୍ଗ ଅଞ୍ଚଳକୁ ବୁଲିବାକୁ ଯାଉଥିଲେ। ରାଇକିଆ ନିକଟସ୍ଥ କରଡା ଘାଟିର ଏକ ବୁଲାଣି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ପ୍ରାୟ ୭୦ ଫୁଟ ତଳକୁ ଖସି ପଡିଥିଲା। ଖବର ପାଇ ରାଇକିଆ ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ରାଇକିଆ ମେଡିକାଲକୁ ଆଣିଥିଲେ।

ଘଟଣାସ୍ଥଳରେ ଦୁଇ ଜଣ ଇସୁଦା ପରିଛା (୧୮), ସବିନ ଦିଗାଳ (୧୮) ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଜଣେ ଯୁବକ କେରୁବାଡି ଗ୍ରାମର ସକିଲ ନାୟକ (୨୦)କୁ ଫୁଲବାଣୀ ମେଡିକାଲ ନେଉଥିବା ବେଳେ ବାଟରେ ଅଧିକ ଗୁରୁତର ଯୋଗୁଁ ଜି.ଉଦୟଗିରି ମେଡିକାଲରେ ଚିଲିତ୍ସାଧିନ ଅବସ୍ଥାରେ ଅପରାହ୍ନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜି.ଉଦୟଗିରି ମେଡିକାଲରେ ସାକିଲକୁ ଆଜି ଅପରାହ୍ନରେ ଡାକ୍ତର ମୃତ ଘୋଷଣା କରିଥିଲେ ମଧ୍ୟ ନିରାପଦ ସ୍ଥାନରେ ଶବ ବ୍ୟବଛେଦ ଗୃହ ନଥିବା କହି ଶବକୁ ପ୍ରାୟ ୧୫/୧୬ ଘଣ୍ଟା ରଖି ଆସନ୍ତାକାଲି ବ୍ୟବଛେଦ କରାଯିବା ନେଇ ସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

- Advertisement -

ଗୁରୁତର ଯୁବକମାନେ ହେଉଛନ୍ତି ବାବୁଲା ପରିଛା (୨୦), ସବନ ପରିଛା (୨୩), ସୁମିତ ନାୟକ (୨୪), ସନ୍ଦିପ ନାୟକ (୨୩), ହରଭଜନ ନାୟକ (୨୦), ସଲମ ପରିଛା (୨୩), ଆକାଶ ପ୍ରଧାନ (୧୯) ବୋଲି ଜଣାପଡିଛି। ସମସ୍ତ ଯୁବକ ଦୀଗି ଅଞ୍ଚଳର ହୋଇଥିବା ଜଣାପଡିଛି। ଏ ନେଇ ରାଇକିଆ ପୋଲିସ ୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories