www.samajalive.in
Monday, December 8, 2025
24.1 C
Bhubaneswar

ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବଲାଙ୍ଗିର: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକର ଗମ୍ଭାରିମାଲ ଏବଂ ଛତାପିପଲ ଠାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଇଛନ୍ତି। ବନ୍ଧପଡା ପଞ୍ଚାୟତ ଅନ୍ତର୍ଗତ ଛତାପିପଲ ଗାଁରେ ୯୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଓ ଦେଷଣ୍ଢ ପଞ୍ଚାୟତର ଗମ୍ଭାରିମାଲରେ ୫୯ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଜରିଆରେ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରକୁ ଘର ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ। ଭିତ୍ତି ପ୍ରସ୍ତର ହୋଇଥିବା ଉଭୟ ପ୍ରକଳ୍ପ ଯେମିତି ୬ ମାସ ଭିତରେ କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ କାର୍ଯ୍ୟକାରୀ ସଂସ୍ଥା ଏବଂ ଉପସ୍ଥିତ ଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣର ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତଙ୍କୁ ତତ୍ପରତ ସହ କାମ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦେଶ ଦେଇଛନ୍ତି। ପରେ ଫପ୍‌ସି, ସିଆଲଯୋର, ଦେଷଣ୍ଢ ଠାରେ ସାଧାରଣ ଲୋକଙ୍କୁ ଭେଟି ସେଠାରେ ଥିବା ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ।

 

- Advertisement -

ସିଆଲଯୋର ଠାରେ ଗାଁକୁ ଆଲୋକିତ କରିବା ପାଇଁ ନିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ଘୋଷଣା କରିଥିଲେ। ଲୋକେ ପାନୀୟ ଜଳ, ଭତ୍ତା ତଥା ଇନ୍ଦିରା ଆବାସ ଉପରେ ନିଜର ଦାବି ଜଣାଇଥିଲେ। ଛତାପିପଲ ଏବଂ ଫପସି ଠାରେ ଥିବା ବନ୍ଧରେ ଗାଧୋଇବା ପାଇଁ ପାଣି କମି ଯାଉଥିବାରୁ ସେଠାରେ ମନରେଗା ଯୋଜନାରେ ମାଟି କାମ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ। ସେଠାରୁ ସେ ବ୍ରାହ୍ମଣିଯୋରରେ ଅନୁଷ୍ଠିତ ହୋଇଥିବା ଏକ ମହିଳା ସମାବେଶରେ ନାରୀ ସଶକ୍ତିକରଣ ଉପରେ ନିଜ ବକ୍ତବ୍ୟ ରଖିଥିଲେ। ମହିଳା ଏସ୍ଏଚଜିର ଏକ ସଭାଗୃହ ପାଇଁ ୭ଲକ୍ଷ ଟଙ୍କା ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ, ଉମାଶଙ୍କର ପଣ୍ଡା, ରାମଜୀ ଚୌଧୁରୀ, ଅସିତ ମିଶ୍ର, କାନ୍ତେଶ୍ୱର ପଧାନ, ସଂକିର୍ତ୍ତନ ବାଗ, ପପୁ ପାତ୍ର, ପ୍ରମୋଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories