www.samajalive.in
Sunday, December 7, 2025
13.1 C
Bhubaneswar

ଦିଲ୍ଲୀରେ ୬ଟି ଡାକ୍ତରଖାନାର ୧୮୦ ଡାକ୍ତର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀର ୬ଟି ବଡ଼ ଡାକ୍ତରଖାନାର ୧୮୦ରୁ ଅଧିକ ଡାକ୍ତର କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସମ୍ଭାବନା ଥିବା ଏକ ସମ୍ବାଦ ସରବରାହ ସଂସ୍ଥା କହିଛି। ସୂଚନା ମୁତାବକ, ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ – ଏମ୍ସର ୬୦ ଜଣ ଡାକ୍ତର ଓ ସଫଦରଜଙ୍ଗ ହସ୍ପିଟାଲର ୫୦ ଜଣ ଡାକ୍ତର ଗତ କିଛି ଦିନ ମଧ୍ୟରେ କୋଭିଡ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ରାମ ମନୋହର ଲୋହିଆ ହସ୍ପିଟାଲରେ ପ୍ରାୟ ୨୫ ଜଣ ଡାକ୍ତର ଓ ମୌଲାନା ଆଜାଦ ମେଡିକାଲ କଲେଜର ବିଭିନ୍ନ ବିଭାଗର ୨୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ଡାକ୍ତର ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।

- Advertisement -

ଅନ୍ୟପକ୍ଷରେ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ପ୍ରାୟ ୨୦ ଜଣ ସ୍ୱାସ୍ଥ୍ୟ କର୍ମୀ କୋଭିଡ -୧୯ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲର ଅନେକ ଡାକ୍ତରଙ୍କ କ୍ଷେତ୍ରରେ କୋଭିଡ ଲକ୍ଷଣ ପ୍ରକାଶ ପାଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories