ବାଲିଚନ୍ଦ୍ରପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିରୁପା, ଗେଙ୍ଗୁଟି ଓ କେଲୁଅ ନଦୀରେ ବନ୍ୟା ଜଳ ଆସିବା ଫଳରେ ବଡଚଣା ବ୍ଲକ୍ର ବହୁ ଗ୍ରାମ ପ୍ରଭାବିତ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଗୁରୁବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟକ ଶ୍ରୀ ଶତପଥୀ ଏହି ବ୍ଲକ୍ ର ନାନପୁର, ରୁକୁଟିପାଟ, ପତରାଜପୁର, ଆମ୍ବସୌରୀ, ଚାରିନଙ୍ଗଳ, ବାହଦୁରନଗର, କଳାଶ୍ରୀ, ଗଜେନ୍ଦ୍ରପୁର, ଖଡଗପୁର ଓ ଟିଗିରିଆ ଆଦି ଗ୍ରାମ କୁ ଯାଇ ବନ୍ୟା ପ୍ରଭାବିତଙ୍କ ସମସ୍ୟା ପଚାରି ବୁଝିବା ସହ ତାଙ୍କ ସହ ପରିଦର୍ଶନରେ ଯାଇଥିବା ସରକାରୀ ଅଧିକାରୀଙ୍କ ଆଲୋଚନା କରିଥିଲେ। ତୁରନ୍ତ ବନ୍ୟା ପ୍ରଭାବିତଙ୍କୁ ସରକାରୀ ସହାୟତା ଯେଗାଇ ଦୋବକୁ ବିଧାୟକ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ।
ବନ୍ୟାଞ୍ଚଳ ବିଧାୟକଙ୍କ ସହ ଦର୍ପଣ ତହସିଲଦାର୍ ପ୍ରଦୀପ କୁମାର ସେଠୀ, ବଡଚଣା ଗୋଷ୍ଠିଉନ୍ନୟନ ଅଧିକାରୀ ଅଜିତ୍ ନାରାୟଣ ପ୍ରସାଦ ଗିରି, ବ୍ଲକ୍ କୃଷି ଅଧିକାରୀ ଲୋକନାଥ ମିଶ୍ରଙ୍କ ରାଜସ୍ୱ ବିଭାଗର କର୍ମଚାରୀ ମାନେ ବନ୍ୟାଞ୍ଚଳ ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା, ଅରବିନ୍ଦ ସାମଲ, ବ୍ଲକ୍ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ୍, ଯୁବନେତା ଗଣେଶ୍ୱର ବରାଳ, ସରପଞ୍ଚ ଶରତ କୁମାର ସାମଲ, ଫନିନ୍ଦ୍ର ନାଥ ପଣ୍ଡା, ଯଦୁମଣୀ ଦାସ, ସମିତିସଭ୍ୟ ଅମୀୟ ବିଶ୍ୱାଳ, ସୁରେଶ ନାୟକ, ପ୍ରଫୁଲ୍ଲ ଦାସ, ସେକ୍ ମୋଇନ ଅହମଦ୍, ଅନନ୍ତ ସିଂହ, ଭାବଗ୍ରାହୀ ବିଶ୍ୱାଳ, ଉଗ୍ରସେନ ବିଶ୍ୱାଳଙ୍କ ସମେତ ବହୁ ବ୍ୟକ୍ତି ବିଧାୟକଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।



