www.samajalive.in
Thursday, December 11, 2025
18.1 C
Bhubaneswar

ଖାଲଖମାରେ ଭର୍ତ୍ତି ପିପିଲି-ଜଟଣୀ ରାସ୍ତା

ପିପିଲି: ପିପିଲି-ଜଟଣୀ ମୁଖ୍ୟରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ରାସ୍ତାର ମରାମତି ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ପିପିଲି-ଜଟଣୀ ରାସ୍ତାର ହାଟଛକ ଠାରୁ କାକୁଡିଆ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ପିପିଲି ସାପ୍ତାହିକ ହାଟ ଓ କଲେଜ ଛକ ଠାରେ ରାସ୍ତା ଉପରେ ୨ରୁ ୩ଫୁଟ୍‍ ଗୋଲେଇର ଏକାଧିକ ଗର୍ତ୍ତ ସମେତ ୧୫ରୁ ଉର୍ଦ୍ଧ ଖାଲ ସୃଷ୍ଟି ହୋଇଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। ପିପିଲି ହାଟଛକ ଠାରୁ କାକୁଡିଆ ପର୍ଯର୍୍ୟନ୍ତ ରାସ୍ତାରେ ୬୦ରୁ ଉର୍ଦ୍ଧ ଖାଲ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ଖୋର୍ଦ୍ଧା ଠାରୁ ପିପିଲି ଦେଇ ଅସ୍ତରଙ୍ଗ, କୋଣାର୍କ ଓ ପୁରୀ ଯିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବା ବେଳେ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଛି। ତେବେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତାର ମରାମତି କରାଯାଉଥିଲେ ମଧ୍ୟ କିଛିଦିନ ପରେ ଏହା ପୂର୍ବ ଅବସ୍ଥାକୁ ଫେରି ଆସୁଥିବା ଅଭିଯୋଗ ହୋଇଛି। କିଛି ବର୍ଷ ତଳେ ଏହି ରାସ୍ତା ଉପରେ ନୂତନ ପିଚୁ ପକାଯାଇ ରାସ୍ତାର ଦୋହରିକରଣ କାର୍ଯ୍ୟ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁ ସ୍ଥାନରେ ଉକ୍ତ ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ମାଧିପୁର ନିକଟରେ ଏହି ରାସ୍ତା ଉପରେ ଥିବା ଦୁଇଟି ପୋଲର ଉଭୟ ପାର୍ଶ୍ବର ସଂଯୋଗ ରାସ୍ତା ମଧ୍ୟ ଦବି ଯାଇଥିବା ପରିଲକ୍ଷିତ ହୋଇଛି। ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାର ଆବଶ୍ୟକ ମରାମତି ନିମନ୍ତେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories